ୱେଷ୍ଟଇଣ୍ଡିଜ ବିପକ୍ଷରେ ଧୋନି ଅଥବା ଋଷଭ, ଆସନ୍ତାକାଲି ହେବ ଚୂଡ଼ାନ୍ତ ନିଷ୍ପତ୍ତି

1 680

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନିଙ୍କ ଖରାପ ବ୍ୟାଟିଂ ପ୍ରଦର୍ଶନ କାରଣରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ଭାରତୀୟ ଟିମ୍‌ରେ ଋଷଭ ପନ୍ତଙ୍କୁ ସ୍ଥାନ ମିଳିପାରେ। ହାଇଦ୍ରାବାଦରେ ଗୁରୁବାର ଚୟନ କମିଟି ବୈଠକରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି। ଟିମ୍‌ରେ କିଏ ସାମିଲ ହେବେ ତାହା ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇ ନାହିଁ। ୫ଟି ଦିନିକିଆ ଶୃଙ୍ଖଳା ଅକ୍ଟୋବର ୨୧ରୁ ଆରମ୍ଭ ହେବ। ଏହା ପରେ ୩ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ।

Panda Mobile only

ଅଧିନାୟକ ବିରାଟ କୋହଲିଙ୍କ ମୁଣ୍ଡ ଉପରେ ବୋଝ ବଢ଼ିଛି। ଧୋନି ଖେଳିବେ ନାଁ ନାହିଁ, ତାହା ଚୟନ କମିଟି ବୈଠକରେ ଆଲୋଚନା ହୋଇପାରେ। ଧୋନିଙ୍କ ଓ୍ଵିକେଟକିପର ଭୂମିକା ଭଲ ଥିଲେ ମଧ୍ୟ ବ୍ୟାଟିଂ ଫର୍ମ ପୂର୍ବ ଭଳି ଆଉ ନାହିଁ ବୋଲି ବିଭିନ୍ନ ସମୟରେ ଆଲୋଚନା ଓ ସମାଲୋଚନା ହେଉଛି।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ବୁଧବାର କହିଛନ୍ତି, ଆମ ସମସ୍ତଙ୍କୁ ଜଣା ଅଛି ଯେ, ଧୋନି ବିଶ୍ୱକପ ପର୍ଯ୍ୟନ୍ତ ଖେଳିବେ କିନ୍ତୁ ପନ୍ତଙ୍କୁ ଖେଳାଇବାରେ କୌଣସି ଅସୁବିଧା ନାହିଁ। କାରଣ ସେ ୬ଷ୍ଠ ଅଥବା ୭ମ କ୍ରମରେ ବ୍ୟାଟିଂ କରିବାକୁ ଆସିବେ। ତାଙ୍କ ପାଖରେ ମଧ୍ୟ ମ୍ୟାଚ ଶେଷ କରିବାର ଦକ୍ଷତା ରହିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 Comment
  1. Man of the Match says

    To play World Cup in England Talented New All Rounders like Rishab Pant,Pruthvi Shaw,Mayank Agarwal,Jadeza,Hardik Pandya,Virat Kohli,KL Rahul Plus for Spinners and Fast Bowlers there are very good All Rounders are there in India who are Fast Bowlers and Top Order Batsman like Abhimanyu Eswaran is a good prospect as Fast bowler cum batsman should be included in the upcoming series.In Tamil Nadu there are good spinners like K.Gowtam may be selected because he is an better Leg Spinner like Yazuvendra Chahal.Two Leg Spinners Two Off Spinners and Three All rounder Fast Bowlers like Hardik Pandya will definately make India Team a most formidable.
    Pruthvi Shaw has made runs in the first test and he will get opportunities in Australia prior to going to England for World cup-2019.