ପୂର୍ବାଞ୍ଚଳ କରାଟେ ଆରମ୍ଭ: ଓଡ଼ିଶାକୁ ୫ ସ୍ବର୍ଣ୍ଣ

ଭୁବନେଶ୍ବର: ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍ ପରିସରରେ ଶୁକ୍ରବାର ପ୍ରଥମ ପୂର୍ବାଞ୍ଚଳ କରାଟେ ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଓଡ଼ିଶା ୫ ସ୍ବର୍ଣ୍ଣ, ୩ ରୌପ୍ୟ, ୪ କାଂସ୍ୟ ସହିତ ମୋଟ ୧୨ ପଦକ ଜିତିଛି। କାଟାରେ ହର୍ଷଦ କୁମାର, ପ୍ରତ୍ୟକ୍ଷ ପାତ୍ରୋ, ନିଶାନ ସିଂହ, ସୌମ୍ୟ ସୁଶାନ୍ତ ବିଶ୍ବାଳ, ଶିଖା ସ୍ବରୂପା ସ୍ବାଇଁ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଅର୍ନବ କୁମାର ବିଶୋଇ ୨ ରୌପ୍ୟ ଓ ଗୋଟିଏ କାଂସ୍ୟ ଜିତିଥିଲେ। ସେହ‌ିଭଳି ଶୁଭମ ଦାସ ରୌପ୍ୟ ଏବଂ ଅଭିବଳ ମହାନ୍ତି, ହର୍ଷଦ କୁମାର, ଅଂଶୁମାନ ଆଚାର୍ଯ୍ୟ କାଂସ୍ୟ ପଦକ ହାସଲ କରିଥିଲେ। ପ୍ରତିଯୋଗିତାକୁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଉଦ୍‌ଘାଟନ କରିଥିଳେ। ରାଜ୍ୟ ମନ୍ତ୍ରୀ ଅରୁଣ ସାହୁ, ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶି ମିଶ୍ର, କାଇ ସଭାପତି ସିହାନ ଲିଖା ତାରା, ସମ୍ପାଦକ ସିହାନ୍‌ ଅମ୍ବେଦକର ଗୁପ୍ତା, ସିହାନ୍‌ ଭାସ୍କର, ପୂର୍ବାଞ୍ଚଳ କରାଟେ ସଂଘର ସଭାପତି ଡକ୍ଟର ହରି ପ୍ରସାଦ ପଟ୍ଟନାୟକ, ସମ୍ପାଦକ ସିହାନ୍‌ ପ୍ରେମଜିତ୍ ସେନ୍‌, ହରିଆଣା ସଂଘ ସିହାନ୍‌ ରଜନିଶ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡରୁ ପ୍ରାୟ ୪୦୦ ପ୍ରତିଯୋଗୀ ଭାଗ ନେଇଛନ୍ତି।

ସମ୍ବନ୍ଧିତ ଖବର