ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଜଣେ ପାକିସ୍ତାନୀ ଖେଳାଳି ନିଲମ୍ବିତ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ରେ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ ଜାରି ଥିବା ବେଳେ ମାଲେସିଆ ସହିତ ମ୍ୟାଚ ସମୟରେ ବୁଧବାର ବିଶୃଙ୍ଖଳା ଆଚରଣ ପାଇଁ ଗୁରୁବାର ଜଣେ ପାକିସ୍ତାନୀ ଖେଳାଳି ନିଲମ୍ବିତ ହୋଇଛନ୍ତି। ସୂଚନା ଅନୁସାରେ ଅମଦ ବଟ୍‌ଙ୍କୁ ଗୋଟିଏ ମ୍ୟାଚରୁ ନିଲମ୍ବିତ କରାଯାଇଛି। ନିଲମ୍ବନ ପ୍ରତ୍ୟାହାର ପାଇଁ ପାକିସ୍ତାନ କର୍ତ୍ତୃପକ୍ଷ ଆବେଦନ କରିଛି। ପାକିସ୍ତାନର ଆବେଦନ ସଂପର୍କରେ ଏଫ୍‌ଆଇଏଚ୍‌ ଶନିବାର ନିଷ୍ପତ୍ତି ନେବ।

ସୂଚନାଯୋଗ୍ୟ ବୁଧବାର ମାଲେସିଆ-ପାକିସ୍ତାନ ମ୍ୟାଚ ୧-୧ରେ ଡ୍ର ହୋଇଥିଲା। ଉଭୟ ମାଲେସିଆ ଏବଂ ପାକିସ୍ତାନର ଖେଳାଳିମାନେ ଲଢୁଆ ମନୋଭାବ ନେଇ ପଡ଼ିଆକୁ ଓହ୍ଲାଇଥିଲେ। ପ୍ରଥମେ ପାକିସ୍ତାନ ଗୋଲ ଦେଇଥିବା ବେଳେ କିଛି ସମୟ ମଧ୍ୟରେ ମାଲେସିଆ ଏକ ଗୋଲ ଦେଇ ମ୍ୟାଚ ସମାନ ସ୍ତରକୁ ଆଣିଥିଲା।

ସମ୍ବନ୍ଧିତ ଖବର