ପାକିସ୍ତାନ ୪୮୨

ଦୁବାଇ: ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍‌‌େର ପାକିସ୍ତାନ ପ୍ରଥମ ପାଳିରେ ୪୮୨ ରନ୍‌ କରିଛି। ଜବାବରେ ଅ‌େଷ୍ଟ୍ରଲିଆ ଦ୍ବିତୀୟ ଦିନର ଷ୍ଟମ୍ପ୍‌ ଅପସାରଣ ବେଳକୁ ବିନା କ୍ଷତିରେ ୩୦ ରନ୍‌ କରିଛି। ଉସ୍‌ମାନ ଖାୱାଜା ୧୭* ଓ ଅରୋନ ଫିଞ୍ଚ୍‌ ୧୩*ରେ ବ୍ୟାଟିଂ କରୁଛନ୍ତି।
ପାକିସ୍ତାନ ସୋମବାର ପ୍ରଥମ ଦିନର ସ୍କୋର୍‌ ୩/୨୫୫ରୁ ଖେଳ ଆରମ୍ଭ କରି ହାରିସ ସୋହେଲ୍‌ (୧୧୦)ଙ୍କ ଶତକ ଏବଂ ଅସଦ ସାଫିକ୍‌ (୮୦)ଙ୍କ ଅର୍ଧଶତକ ବଳରେ ୫୦୦ ରନ୍‌ର ନିକଟବର୍ତୀ ହୋଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ପିଟର ସିଡଲ୍‌ ୩ ଏବଂ ନାଥନ ଲିଅନ୍‌ ୨ ୱିକେଟ୍‌ ନେଇଥିଲେ। ପୂର୍ବରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଇମାମ ଉଲ୍‌ ହକ୍‌ (୭୬) ଏବଂ ମହମ୍ମଦ ହାଫିଜ୍‌ (୧୨୬) ଦୃଢ଼ ମୂଳଦୁଆ ପକାଇଥିଲେ।
ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ପ୍ରଥମ ପାଳି: ୧୬୪.୨ ଓଭରରେ ୪୮୨ (ମହମ୍ମଦ ହାଫିଜ-୧୨୬, ଇମାମ ଉଲ୍ ହକ୍-୭୬, ହାରିସ୍ ସୋହେଲ-୧୧୦, ଅସାଦ ସଫିକ୍‌-୮୦, ପିଟର୍ ସିଡଲ୍-୩/୫୮, ନାଥନ୍ ଲିଅନ୍-୨/୧୧୪) ଅଷ୍ଟ୍ରେଲିଆ ପ୍ରଥମ ପାଳି: ୧୩ ଓଭରରେ ୩୦/୦ (ଉସ୍‌ମାନ ଖାୱାଜା-୧୭*, ଅରୋନ ଫିଞ୍ଚ୍‌-୧୩*)।

ସମ୍ବନ୍ଧିତ ଖବର