ଗମ୍ଭୀରଙ୍କ ନିଯୁକ୍ତିକୁ ନେଇ ବିବାଦ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟର ଗୌତମ ଗମ୍ଭୀର ଡିଡିସିଏ (ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍‌ ସଂଘ) ପରିଚାଳନା ସମିତିର ସଦସ୍ୟ ନିଯୁକ୍ତ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ ସେ ସମିତିରେ ସ୍ଥାନ ପାଇଛନ୍ତି। ହେଲେ ତାଙ୍କ ନିଯୁକ୍ତିିକୁ ନେଇ ବିବାଦର ସୂତ୍ରପାତ ହୋଇଛି। ଗମ୍ଭୀର ଏବେବି ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ସକ୍ରୀୟ ଥିବାରୁ ତାଙ୍କ ନିଯୁକ୍ତି ଲୋଧା ସମିତିର ଦୋହରା ସ୍ୱାର୍ଥ ନିୟମକୁ ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ ହୋଇଛି। ସମିତିରେ ସ୍ଥାନ ପାଇଥିବା ଗମ୍ଭୀର ନିଜେ ଟ୍ଵିଟ୍‌ କରି ଜଣାଇଥିଲା ବେଳେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଦ୍ୱାରା ନିଯୁକ୍ତ ପରିଚାଳନା ସମିତିର ମୁଖ୍ୟ ଅବସରପ୍ରାପ୍ତ ବିଚାରପତି ବିକ୍ରମଜିତ୍‌ ସିଂହ ତାଙ୍କ ପାଖରେ ଏଭଳି କୌଣସି ତଥ୍ୟ ନଥିବା ପ୍ରକାଶ କରିଛନ୍ତି। ଫଳରେ ଏହି ମାମଲାକୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର