ଏସିଆ କପ୍‌: ଇତିହାସ ରଚିବା ପାଇଁ ନିକଟତର ହେଲେ ରୋହିତ ଶର୍ମା

ଦୁବାଇ: ଏସିଆ କପ୍‌ର ଶ୍ରେଷ୍ଠ ୪ ଟିମ୍‌ ମଧ୍ୟରେ ମୁକାବିଲା ଶୁକ୍ରବାର ଠାରୁ ଆରମ୍ଭ ହୋଇ ଯାଇଛି। ଟିମ୍‌ ଇଣ୍ଡିଆର ଅସ୍ଥାୟୀ ଅଧିନାୟକ ରୋହିତ ଶର୍ମାଙ୍କୁ ପୁଣି ରେକର୍ଡ କରିବାକୁ ସୁଯୋଗ ମିଳିଛି। ରୋହିତ ଶର୍ମା ୧୭୭ ରନ୍‌ ଯୋଡ଼ିଲେ ୭୦୦୦ ଦିନିକିଆ ରନ୍‌ କ୍ଲବରେ ସାମିଲ ହେବେ। ଏହି କାମ ପୂରା କଲେ ସେ ୭୦୦୦ ରନ୍‌ ପୂରା କରିବାରେ ୯ମ ଭାରତୀୟ ବ୍ୟାଟସ୍‌ମ୍ୟାନ ଭାବରେ ତାଲିକାରେ ସ୍ଥାନ ପାଇବେ। ସେହିଭଳି ଆଉ ୬ଟି ଛକା ମାରିଲେ ସେ ୩୦୦ ଛକା ପୂରା କରିବାରେ ଅନ୍ୟତମ ଖେଳାଳି ହୋଇପାରିବେ। କାରଣ ପୂର୍ବରୁ ଓ୍ଵିକେଟକିପର ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏହି କାମ କରି ସାରିଛନ୍ତି। ବିଶ୍ୱରେ ଏପର୍ଯ୍ୟନ୍ତ କେବଳ ୫ ଜଣ ଖେଳାଳି ୩୦୦ରୁ ଅଧିକ ଛକା ମାରିଛନ୍ତି।

ଅନ୍ୟପକ୍ଷରେ କ୍ରମାଗତ ଭାବରେ ମ୍ୟାଚ ଖେଳାଯାଉଥିବାରୁ ଅନେକ ଟିମ୍‌ ଦୁଃଖ ପ୍ରକାଶ କରିଛନ୍ତି। ଏସବୁ ଅସୁବିଧା ମଧ୍ୟରେ ପଡ଼ିଆରେ କିଛି ଅଭିଜ୍ଞତା ପ୍ରତୀକ୍ଷା କରାଯାଇଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ‘ସୁପର-୪’ର ପ୍ରଥମ ମ୍ୟାଚ ଜାରି ରହିଛି।

ସମ୍ବନ୍ଧିତ ଖବର