ନୂଆଦିଲ୍ଲୀ: ପତ୍ନୀ ହାସିନ ଜହାଁଙ୍କ ଗୁରୁତର ଅଭିଯୋଗକୁ ସମ୍ମୁଖୀନ ହୋଇଥିବା ଭାରତୀୟ କ୍ରିକେଟର ମହମ୍ମଦ ସାମି ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ଚଳିତ ସଂସ୍କରଣରେ ଦିଲ୍ଲୀ ଡେୟାର ଡେଭିଲସ୍ରୁ ପକ୍ଷରୁ ଖେଳିବେ। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ) ଏଥି ପାଇଁ ଅନୁମତି ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତୀୟ ଦ୍ରୁତ ବୋଲର ସାମିଙ୍କ ପତ୍ନୀ ହାସିନ ଜହାଁ ଫେସବୁକ୍ ଓ ଗଣମାଧ୍ୟମ ଜରିଆରେ ସାମିଙ୍କ ଭାଇଙ୍କ ଉପରେ ବଳପୂର୍ବକ ସମ୍ପର୍କ ସ୍ଥାପନ, ସାମି ଅନ୍ୟ ଯୁବତୀଙ୍କ ସହିତ ସମ୍ପର୍କ ରଖିବା ଓ ହତ୍ୟା ଧମକ ଦେବା ଅଭିଯୋଗ ଆଣିଥିଲେ। ସେ କୋଲକାତାର ଏକ ଥାନାରେ ଅଭିଯୋଗ ଆଣିଥିଲେ। ଏହି ବିବାଦ ଯୋଗୁଁ ବିସିସିଆଇ ସାମିଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ସ୍ଥାନ ଦେଇ ନଥିଲା। ଅନ୍ୟପକ୍ଷରେ ସିଓଏ ବିସିସିଆଇର ଦୁର୍ନୀତି ନିବାରଣ ଶାଖାକୁ ହାସିନ ଜହାଁ ଦ୍ୱାରା କରାଯାଇଥିବା ଫିକ୍ସସିଂଙ୍ଗ ଅଭିଯୋଗ ତଦନ୍ତ କରିବାକୁ କହିଛି।
ଏହା ପରେ ଆଇପିଏଲ୍ ଖେଳିବା ନେଇ ପ୍ରଶ୍ନ ଉଠିଥିଲା। ସାମି ଆଇପିଏଲରେ ଖେଳିବା ନେଇ ମାର୍ଚ୍ଚ ୧୬ରେ ଗଭର୍ଣ୍ଣିଙ୍ଗ ପରିଷଦର ବୈଠକ ବସିଥିଲା। ଜାତୀୟ ଗଣମାଧ୍ୟମକୁ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଆମେ ଆଇପିଏଲ୍ରେ ଖେଳିବାକୁ ନେଇ ଅନୁମତି ଦେବା ଉପରେ ରାଜି ହୋଇଛୁ। ଆମେ କହିଥିଲୁ ସାମିଙ୍କ ବ୍ୟକ୍ତିଗତ ଜୀବନରେ ଯାହା ଘଟିଛି ତାହାକୁ ଧନ୍ଦାମୂଳକ ଜୀବନ ସହିତ ଯୋଡ଼ିବା ଠିକ୍ ହେବ ନାହିଁ।