ଏହି କ୍ରିକେଟର କରୋନା ପଜିଟିଭ ଚିହ୍ନଟ, ଟ୍ୱିଟ୍ କରି ଲେଖିଲେ ମନର କଥା

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ପ୍ରଥମ ଶ୍ରେଣୀ କ୍ରିକେଟର ସୋଲୋ ଏନକ୍ୟୁଏନି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଯକୃତ ଏବଂ କିଡନୀ ରୋଗରେ ପୀଡିତ ଥିବା ଏହି କ୍ରିକେଟର ଏବେ କରୋନା ପଜିଟିଭ୍ ବୋଲି ଜଣାପଡିଛି। ୨୬ ବର୍ଷୀୟ କ୍ରିକେଟର ନିଜେ ଟ୍ୱିଟରରେ ଏହି ସୂଚନା ଦେଇଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି ଯେ ”ଗତ ଏକ ବର୍ଷ ଧରି ମୁଁ ଗୁଲିଆନ୍-ବେରେ ସିଣ୍ଡ୍ରୋମ (ଜିବିଏସ୍-ପ୍ରତିରୋଧକ ଏବଂ ସ୍ନାୟୁ ପ୍ରଣାଳୀ ରୋଗ) ସହିତ ଲଢୁଥିବାବେଳେ ମୋତେ ଯକ୍ଷ୍ମା ହୋଇଥିଲା | ବର୍ତ୍ତମାନ ଯକୃତ ଏବଂ କିଡନୀ ନଷ୍ଟ ହୋଇଯାଇଥିବା ବେଳେ ମୋର ନମୁନା କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ମୋ ସହିତ ଏସବୁ କାହିଁକି ଘଟୁଛି ମୁଁ ବୁଝିପାରୁନାହିଁ ।”


ଏଠାରେ ସୂଚନା ଥାଉ କି ଏହି ଖେଳାଳି ୨୦୧୨ ରେ ଦକ୍ଷିଣ ଆଫ୍ରିକା ଅଣ୍ଡର -୧୯ ଦଳ ପାଇଁ ଖେଳିଛନ୍ତି। ଫେବୃଆରିରେ ଦକ୍ଷିଣ ଆଫ୍ରିକାର କ୍ରିକେଟରମାନେ ଏନକ୍ୟୁଏନିଙ୍କୁ ସାହାଯ୍ୟ କରିବା ପାଇଁ ୫୦,୦୦୦ ର୍ରେଣ୍ଡ ଦାନ କରିଥିଲେ |

ସେ ହେଉଛନ୍ତି ତୃତୀୟ କ୍ରିକେଟର ଯିଏ କରୋନାର ଶିକାର ହୋଇଛନ୍ତି। ଏହାପୂର୍ବରୁ ପାକିସ୍ତାନର କ୍ରିକେଟର ଜାଫର ସରଫରାଜ ଏବଂ ସ୍କଟଲ୍ୟାଣ୍ଡର ମାଜିଦ୍ ହକଙ୍କର ମଧ୍ୟ କରୋନା ପଜିଟିଭ ବୋଲି ଜଣାପଡିଥିଲା । ତେବେ ସରଫରାଜଙ୍କର କରୋନା ଯୋଗୁଁ ଦେହାନ୍ତ ହୋଇଯାଇଛି |

ସମ୍ବନ୍ଧିତ ଖବର