ବିଜୟ ମର୍ଚାଣ୍ଟ ଟ୍ରଫି: ଓଡ଼ିଶା ଦଳରେ ୩ ପରିବର୍ତ୍ତନ

କଟକ: ବୋସ୍‌ ପଡ଼ିଆରେ ଆସନ୍ତା ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୧୬ ବର୍ଷରୁ କମ୍‌ ବିଜୟ ମର୍ଚାଣ୍ଟ ଟ୍ରଫି କ୍ରିକେଟ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ରବିବାର ୧୫ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି। ଏହି ମ୍ୟାଚ ପାଇଁ ଦଳରେ ତିନିଟି ପରିବର୍ତ୍ତନ କରାଯାଇଛି। ମଣିତେଜ ମହାନ୍ତି, କେଭିନ୍‌ ଖ୍ରୀଷ୍ଟୋଫର୍‌ ଓ ସୁଦର୍ଶନ ସ୍ୱାଇଁଙ୍କ ସ୍ଥାନରେ ପ୍ରିନ୍ସ ସଙ୍କେତ ବେହେରା, ସମ୍ବିତ ସୌରଭ ବରାଳ ଓ ବସନ୍ତ ସିଂହ ରାଥୋର୍‌ଙ୍କୁ ସାମିଲ କରାଯାଇଛି। ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ୧୧୨ ରନ୍‌ରେ ଝାଡ଼ଖଣ୍ଡଠୁ ପରାସ୍ତ ହୋଇଥିଲା। ଏବେ ଦ୍ୱିତୀୟ ମ୍ୟାଚ୍‌ କଟକରେ ଖେଳାଯିବାକୁ ଥିବାରୁ ଘରୋଇ ପରିବେଶରୁ ଓଡ଼ିଶା ଫାଇଦା ନେବ ବୋଲି କୁହାଯାଉଛି।

ଓଡ଼ିଶା ଦଳ: ସୂର୍ଯ୍ୟ ମହାପାତ୍ର (ଅଧିନାୟକ), ବିଶ୍ୱଜିତ ପାତ୍ର, ଅନେ୍ଵଶ ତ୍ରିପାଠୀ, ବିନାୟକ ମହାନ୍ତି, ସିଦ୍ଧାର୍ଥ ନାୟକ, ପ୍ରତ୍ୟୁଷ ପ୍ରଧାନ, ବିକାଶ ନାଏକ, ସୁଶୀଲ ବାରିକ, ଶାନ୍ତନୁ ଦେବତା, ଆଶୁତୋଷ ଛୁରିଆ, ସୁରଜ ବେହେରା, ଶୁଭମ୍‌ ଶ୍ରୀ, ପ୍ରିନ୍ସ ସଙ୍କେତ ବେହେରା, ସମ୍ବିତ ସୌରଭ ବରାଳ, ବସନ୍ତ ସିଂହ ରାଥୋର୍‌।

ସମ୍ବନ୍ଧିତ ଖବର