ଏକାଥରକେ ଆଇସିସିର ୩ଟି ପୁରସ୍କାର ଜିଣି ଇତିହାସ ରଚିଲେ ବିରାଟ

ନୂଆଦିଲ୍ଲୀ: ଚଳିତ ଆଇସିସି (ଇଣ୍ଟରନ୍ୟାସନାଲ୍ କ୍ରିକେଟ କାଉନ୍ସିଲ୍) ସଜିନ ଟିମ୍ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ  ଲାଗି ଅଭୂତପୂର୍ବ ସଫଳତା ଆଣିଛି। ଆଇସିସି ଇତିହାସରେ ପ୍ରଥମ ଖେଳାଳି ଭାବେ ବିରାଟ ଏକାଥରକେ ସାର୍‌ ଗାର୍‌ଫିଲ୍ଡ ସୋବର୍ସ ଟ୍ରଫି ଫର୍‌ ଆଇସିସି କ୍ରିକେଟର୍‌ ଅଫ୍‌ ଇୟର, ଆଇସିସି ମେନ୍ସ ଟେଷ୍ଟ୍‍ ପ୍ଲେୟାର୍‌ ଅଫ୍‌ ଦ ଇୟର୍‌ ଏବଂ ଆଇସିସି ଓଡିଆଇ ପ୍ଲେୟାର୍‌ ଅଫ୍‌ ଦ ଇୟର୍‌ ପୁରସ୍କାର ଜିତିଛନ୍ତି।  ଖାଲି ସେତିକି ନୁହେଁ, ଚଳିତ ସିଜନରେ ତାଙ୍କର ଜବରଦସ୍ତ ପ୍ରଦର୍ଶନ ପାଇଁ ତାଙ୍କୁ  ଆଇସିସି ଟେଷ୍ଟ ଏବଂ ଓଡିଆଇ କ୍ୟାପଟେନ୍ ଅଫ ଦ ଇୟର୍ ପୁରସ୍କାର ମଧ୍ୟ ମିଳିଛି। ଆଇସିସି ଇତିହାସରେ ଏଭଳି ସଫଳତା ହାସଲ କରିବାରେ  ବିରାଟ ପ୍ରଥମ କ୍ରିକେଟର। ଏହା  ବିରାଟଙ୍କ ପ୍ରଶଂସକ ମହଲରେ ଖୁସି ଖେଳାଇ ଦେଇଛି।

ନିଜର ଏପରି ଆଶାତୀତ ସଫଳତା ପାଇଁ ବିରାଟ କହନ୍ତି, ‘ମୋତେ ଏସବୁ ଅଦ୍ଭୂତ ଲାଗୁଛି। ଏହା ହେଉଛି କଠିନ ପରିଶ୍ରମର ଫଳ। ବାସ୍ତବରେ ମୁଁ ଆଭାରି ଓ ଖୁବ ଆନନ୍ଦ ଅନୁଭବ କରୁଛି। ନିଜର ପ୍ରଦର୍ଶନ ସହ ପୂରା ଟିମ୍‌ର ପ୍ରଦର୍ଶନ ପାଇଁ ମୁଁ ଖୁବ୍‌ ଖୁସି । ଆଇସିସି ପାଇଁ ବିଶ୍ୱ ସ୍ତରରେ  ପରିଚୟ ପାଇବା ପରେ ଜଣେ ଖେଳାଳି ଭାବେ ଗର୍ବ ଅନୁଭବ କରୁଛି। ଏମିତି ଲାଗୁଛି ଯେମିତି ମୁଁ  ଜଣେ ଖେଳିବା ବାଲା ଜଣେ ଖେଳାଳି।’

ସମ୍ବନ୍ଧିତ ଖବର