ବିଶ୍ୱକପ୍‌: ଫିଞ୍ଚଙ୍କ ଶତକ-ସ୍ମିଥଙ୍କ ଅର୍ଦ୍ଧଶତକ, ଶ୍ରୀଲଙ୍କାକୁ ୩୩୫ ରନ୍‌ ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

ଲଣ୍ଡନ: ଆରୋନ ଫିଞ୍ଚଙ୍କ ବିସ୍ଫୋରକ ଶତକ (୧୫୩ ରନ, ୧୩୨ ବଲ, ୧୫ ଚୌକା, ୫ ଛକା) ଏବଂ ଷ୍ଟିଭେନ ସ୍ମିଥଙ୍କ ଅର୍ଦ୍ଧଶତକ (୭୩ ରନ, ୫୯ ବଲ, ୭ ଚୌକା, ୧ ଛକା) ବଳରେ ଶନିବାର ଅଷ୍ଟ୍ରେଲିଆ ଏକ ମଜବୁତ ସ୍କୋର କରିଛି। ଆଇସିସି ବିଶ୍ୱକପ୍‌ ମ୍ୟାଚ୍‌ରେ ଲଣ୍ଡନ୍‌ର ଓଭାଲ ଗ୍ରାଉଣ୍ଡରେ ଶ୍ରୀଲଙ୍କା ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଅଷ୍ଟ୍ରେଲିଆ ବ୍ୟାଟିଂ କରିଥିଲା। କଙ୍ଗାରୁ ଟିମ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ ହରାଇ ୩୩୪ରନ କରିବା ପରେ ଶ୍ରୀଲଙ୍କାକୁ ମ୍ୟାଚ୍‌ ବିଜୟ ପାଇଁ ୩୩୫ ରନ୍‌ ଟାର୍ଗେଟ ମିଳିଛି।

Cricbuzz

ଅଷ୍ଟ୍ରେଲିଆ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲା। କଙ୍ଗାରୁ ଦଳ ୮୦ ରନ୍‌ରେ ଡାଭିଡ ଓ୍ଵାର୍ଣ୍ଣରଙ୍କୁ ହରାଇଥିଲା। ଉସମାନ ଖାଓ୍ଵଜା ଦଳୀୟ ସ୍କୋର ୧୦୦ ରନ୍‌ରେ ଆଉଟ୍‌ ହୋଇଥିଲେ। ତୃତୀୟ ଓ୍ଵିକେଟ୍‌ରେ ସ୍ମିଥ ସ ଫିଞ୍ଚ ୧୭୩ ରନ୍‌ ସଂଗ୍ରହ କରି ଟିମ୍‌ ସ୍କୋର ୨୭୩ ରନ୍‌ରେ ପହଂଚାଇଥିଲେ। ଶ୍ରୀଲଙ୍କାର ୪ର୍ଥ ଶିକାର ହୋଇଥିଲେ ସ୍ମିଥ। ୪୩.୩ ଓଭରରେ ସ୍ମିଥ ଆଉଟ୍‌ ହେବା ସମୟରେ ସ୍କୋର ୨୭୮ ରନ୍‌ ଥିଲା। ଅଷ୍ଟ୍ରେଲିଆ ୩୧୦ ରନ୍‌ରେ ସନ ମାର୍ସ, ୩୧୭ ରନ୍‌ରେ ଆଲେକ୍ସ କେରି ଓ ୩୨୦ ରନ୍‌ରେ ପେଟ କମିନସ୍‌ଙ୍କୁ ହରାଇଥିଲା।

ଅଷ୍ଟ୍ରେଲିଆ ସ୍କୋରବୋର୍ଡ

ଡାଭିଡ ଓ୍ଵାର୍ଣ୍ଣର: ବୋ-ଧନଂଜୟ ଡି ସିଲଭା, ୨୬ ରନ୍‌, ୪୮ ବଲ, ୨ ଚୌକା
ଆରୋନ ଫିଞ୍ଚ: କ-କରୁଣାରତ୍ନେ-ବୋ-ଇସୁରୁ, ୧୫୩ ରନ୍‌, ୧୩୨ ବଲ, ୧୫ ଚୌକା, ୫ ଛକା
ଉସ୍‌ମାନ ଖଓ୍ଵାଜା: କ-ଇସୁରୁ-ବୋ-ଧନଂଜୟ, ୧୦ ରନ, ୨୦ ବଲ, ୧ ଚୌକା
ଷ୍ଟିଭେନ ସ୍ମିଥ: ବୋ-ମାଲିଙ୍ଗା, ୭୩ ରନ, ୫୯ ବଲ, ୭ ଚୌକା, ୧ ଛକା
ଗ୍ଲେନ ମେକ୍ସେଓ୍ଵଲ: ଅପରାଜିତ ୪୬ ରନ୍‌, ୨୫ ବଲ, ୫ ଚୌକା, ୧ ଛକା
ସନ୍‌ ମାର୍ସ: କ-ସିରିଓ୍ଵର୍ଦ୍ଧନା-ବୋ-ଇସୁରୁ, ୩ ରନ, ୯ ବଲ
ଆଲେକ୍ସ କ୍ୟାରି: ରନ୍‌ ଆଉଟ୍‌ (ଇସୁରୁ), ୪ ରନ, ୩ ବଲ
ପେଟ କମିନସ୍‌: ରନ୍‌ ଆଉଟ୍‌ (ଇସୁରୁ), ୦ ରନ୍‌, ୧ ବଲ
ମିଚେଲ ଷ୍ଟାକର୍ସ: ଅପରାଜିତ ୫ ରନ୍‌, ୪ ବଲ
ଅତିରିକ୍ତ: ୧୪ ରନ୍‌ (ଲେଗ ବାଏ ୪, ଓ୍ଵାଇଡ ୯, ନୋ ୧)
ମୋଟ୍‌: ୩୩୪ ରନ୍‌ (୭ଓ୍ଵିକେଟ୍‌, ୫୦ ଓଭର)

ସମ୍ବନ୍ଧିତ ଖବର