ବିଶ୍ୱକପ୍‌: ଓ୍ଵାର୍ଣ୍ଣରଙ୍କ ଶତକ ପରେ କମିନସ୍‌ଙ୍କୁ ୩ ଓ୍ଵିକେଟ୍‌, ପାକିସ୍ତାନକୁ ୪୧ ରନ୍‌ରେ ପରାସ୍ତ କଲା ଅଷ୍ଟ୍ରେଲିଆ

ଟଣ୍ଟନ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ବିଶ୍ୱକପ)ର ସପ୍ତଦଶ ମ୍ୟାଚ୍‌ରେ ବୁଧବାର ଡାଭିଡ ଓ୍ଵାର୍ଣ୍ଣରଙ୍କ ବିସ୍ଫୋରକ ଶତକ ପରେ ପେଟ କମିଂନସ୍‌ଙ୍କ ଘାତକ ବୋଲିଂ ଯୋଗୁଁ ପାକିସ୍ତାନକୁ ୪୧ ରନ୍‌ରେ ଅଷ୍ଟେଲିଆ ପରାସ୍ତ କରିଛି। ଦ୍ୱିତୀୟ ଇନିଂସରେ ୩୦୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ପାକିସ୍ତାନ ବ୍ୟାଟିଂ ଆରମ୍ଭ କରିଥିଲା। ସଂପୂର୍ଣ୍ଣ ଟିମ୍‌ ୪୫.୪ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୨୬୬ ରନ୍‌ କରିଛି। ପାକିସ୍ତାନ ଆରମ୍ଭରୁ ଓ ଅନ୍ତିମ ପର୍ଯ୍ୟାୟରେ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ମାତ୍ର ମଧ୍ୟକ୍ରମର ଖେଳାଳିମାନେ ଭଲ ପ୍ରଦର୍ଶନ କରିଥିଲେ।

ପାକିସ୍ତାନ ସ୍କୋରବୋର୍ଡ

ଇମାମ୍‌-ଉଲ୍‌-ହକ୍‌: କ-ଆଲେକ୍ସି-ବୋ-ପେଟ କମିନସ୍‌, ୫୩ ରନ୍‌, ୭୫ ବଲ, ୭ ଚୌକା
ଫାକର୍‌-ଜମାନ୍‌: କ-ରିଚାର୍ଡସନ-ବୋ-କମିନସ୍‌, ୦ ରନ୍‌, ୩ ବଲ
ବାବର ଆଜମ୍‌: କ-ରିଚାର୍ଡସନ୍‌-ବୋ-ନାଇଲ୍‌, ୩୦ ରନ୍‌, ୨୮ ବଲ୍‌, ୭ ଚୌକା
ମହମ୍ମଦ ହାଫିଜ୍‌: କ-ବୋ-ଷ୍ଟୋଇନିସ୍‌, ୪୬ ରନ୍‌, ୪୯ ବଲ୍‌, ୩ ଚୌକା, ୧ ଛକା
ସରଫରାଜ୍‌ ଅହମଦ୍‌: ରନ୍‌ ଆଉଟ୍‌ (ମେକ୍ସେଓ୍ଵଲ) ୪୬ ରନ୍‌, ୪୮ ବଲ, ୧ ଚୌକା
ସୋଏବ୍‌ ମଲ୍ଲିକ: କ-ଆଲେକ୍ସ-ବୋ-କମିନସ୍‌, ୦ ରନ୍‌, ୨ ଚୌକା
ଆସିଫ ଅଲି: କ-ଆଲେକ୍ସ-ବୋ-ରିଚାର୍ଡସନ୍‌, ୫ ରନ୍‌, ୮ ବଲ୍‌
ହାସନ୍‌ ଅଲି: କ-ଖାଓ୍ଵଜା-ବୋ-ରିଚାର୍ଡସନ୍‌, ୩୨ ରନ୍‌, ୧୫ ବଲ, ୩ ଚୌକା, ୩ ଛକା
ବହାବ ରିୟାଜ: କ-ଆଲେକ୍ସ-ବୋ-ଷ୍ଟାକର୍ସ, ୪୫ ରନ, ୩୯ ବଲ, ୨ ଚୌକା, ୩ ଛକା
ମହମ୍ମଦ ଅମୀର: ବୋ-ଷ୍ଟାକର୍ସ, ୦ ରନ୍‌, ୨ ବଲ
ସହିନ ଆଫ୍ରିଦୀ: ଅପରାଜିତ ୧ ରନ୍‌, ୬ବଲ
ଅତିରିକ୍ତ: ୧୪ ରନ୍‌ (ଲେଗବାଏ ୪, ଓ୍ଵାଇଡ ୯, ନୋ୧)
ମୋଟ୍‌: ୨୬୬ (୧୦ଓ୍ଵିକେଟ, ୪୫.୪ଓଭର)

ପ୍ରଥମ ଇନିଂସରେ ଓପନର ଡାଭିଡ଼ ଓ୍ଵାର୍ଣ୍ଣରଙ୍କ ଶତକ ଓ ଆରୋନ ଫିଞ୍ଚଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଏକ ଭଲ ସ୍କୋର କରିଥିଲା। ଅପରପକ୍ଷେ ପାକିସ୍ତାନୀ ବୋଲର ମହମ୍ମଦ ଅମୀରଙ୍କୁ ୫ଟି ଓ୍ଵିକେଟ୍‌ ମିଳିଥିଲା। ସେ ୧୦ ଓଭରରୁ ୨ ଓଭର ମେଡେନ ନେଇଥିବା ବେଳେ ମାତ୍ର ୩୦ ରନ୍‌ ଦେଇଛନ୍ତି। ଅମୀର କେବଳ ୧ ରନ୍‌ ଅତିରିକ୍ତ ଦେଇଥିଲେ।

Zee news

ଟଣ୍ଟନର ଦ କୋପର ଆସୋସିଏଟସ୍‌ କାଉଣ୍ଟି ଗ୍ରାଉଣ୍ଡରେ ପାକିସ୍ତାନ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଅଷ୍ଟ୍ରେଲିଆ ବ୍ୟାଟିଂ କରିଥିଲା। ଟିମ୍‌ ୪୯ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୩୦୭ ରନ୍‌ କରିଥିଲା।

ଅଷ୍ଟ୍ରେଲିଆର ୫ମ ଓ୍ଵକେଟ୍‌ ଯାଏ ଭଲ ପ୍ରଦର୍ଶନ କରିଥିଲେ ବି ପରବର୍ତ୍ତୀ ସମୟରେ ବିପର୍ଯ୍ୟୟର ଶିକାର ହୋଇଥିଲା। ଟିମ ପ୍ରଥମ ଓ୍ଵିକେଟ ଭାବେ ୨୨.୧ ଓଭରରେ ୧୪୬ ରନ୍‌ରେ ଆରୋନ ଫିଞ୍ଚଙ୍କୁ ହରାଇଥିଲା। ଦ୍ୱିତୀୟ ଓ୍ଵିକେଟ ଭାବେ ୧୮୯ ରନ୍‌ରେ ଷ୍ଟିଭେନ ସ୍ମିଥ ଆଉଟ୍‌ ହୋଇଥିଲେ। ସ୍କୋର ୨୨୩ ରନ୍‌ରେ ମେକ୍ସେଓ୍ଵଲ, ୨୪୨ ରନ୍‌ରେ ଡାଭିଡ ଓ୍ଵାର୍ଣ୍ଣର, ୨୭୭ ରନ୍‌ରେ ଉସ୍‌ମାନ ଖାଓ୍ଵଜା, ୨୮୮ ରନ୍‌ରେ ସନ ମାର୍ସ, ୨୯୯ ରନ୍‌ରେ ନାଥାନ କଲଟର ନାଇଲ, ୩୦୨ ରନ୍‌ରେ ପେଟ କମିଂନସ ଓ ୩୦୪ ରନ୍‌ରେ ଆଲେକ୍ସ କେରି ଆଉଟ୍‌ ହୋଇଥିଲେ।

ଅଷ୍ଟ୍ରେଲିଆ ସ୍କୋରବୋର୍ଡ
ଆରୋନ ଫିଞ୍ଚ: କ-ହାଫିଜ୍‌-ବୋ-ଅମୀର, ୮୨ ରନ, ୮୪ ବଲ, ୬ ଚୌକା, ୪ ଛକା
ଡାଭିଡ ଓ୍ଵାର୍ଣ୍ଣର: କ-ଇମାମ-ବୋ-ସହୀନ ଆଫ୍ରିଦୀ, ୧୦୭ ରନ, ୧୧୧ ବଲ, ୧୧ ଚୌକା, ୧ ଛକା
ଷ୍ଟିଭେନ ସ୍ମିଥ: କ-ଆସିଫ ଅଲି-ବୋ-ହଫୀଜ, ୧୦ ରନ, ୧୩ ବଲ, ୧ ଛକା
ଗ୍ଲେନ ମେକ୍ସେଓ୍ଵଲ: ବୋ-ସହୀନ, ୨୦ ରନ, ୧୦ ବଲ, ୨ ଚୌକା, ୧ ଛକା
ସନ୍‌ ମାର୍ସ: କ-ସୋଏବ-ବୋ-ଅବୀର, ୨୩ ରନ, ୨୬ ବଲ, ୨ ଚୌକା
ଉସ୍‌ମାନ ଖଓ୍ଵାଜା: କ-ରିୟାଜ-ବୋ-ଅମୀର, ୧୮ ରନ, ୧୬ ବଲ, ୩ ଚୌକା
ଆଲେକ୍ସ କ୍ୟାରି: ଏଲବିଡବ୍ଲ ଅମୀର, ୨୦ ରନ, ୨୧ ବଲ, ୨ ଚୌକା
ନାଥାନ କଲଟର ନାଇଲ: କ-ସରଫରାଜ-ବୋ-ରିୟାଜ, ୨ ରନ, ୩ ବଲ
ପେଟ କମିନସ୍‌: କ-ସରଫରାଜ-ବୋ-ହାସନ ଅଲୀ, ୨ ରନ, ୬ ବଲ
ମିଚେଲ ଷ୍ଟାକର୍ସ: କ-ସୋଏବ-ବୋ-ହାସନ, ୩ ରନ, ୬ ବଲ
କେନ ରିଚାର୍ଡସନ: ଅପରାଜିତ ୧ ରନ
ଅତିରିକ୍ତ: ୧୯ ରନ (ଲେଗବାଏ ୧୦, ଓ୍ଵାଇଡ ୬, ନୋ ୩)
ମୋଟ୍‌: ୩୦୭ ରନ (୧୦ଓ୍ଵିକେଟ, ୪୯ଓଭର)

ସମ୍ବନ୍ଧିତ ଖବର