କୋଣାର୍କ ସୁରକ୍ଷା ନେଇ ଉଚ୍ଚସ୍ତରୀୟ ବୈଠକ : କୀର୍ତ୍ତିରାଜିର ସୁରକ୍ଷା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ସହ ରାଜ୍ୟ ସରକାରଙ୍କ ଆଲୋଚନା
ଭୁବନେଶ୍ୱର : କୋଣାର୍କ ସୁରକ୍ଷା ନେଇ ଭୁବନେଶ୍ୱରରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ .ହୋଇଛି । ରାଜ୍ୟ ଅତିଥି ଭବନରେ ଚାଲିଥିବା ଏହି ବୈଠକରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା, କେନ୍ଦ୍ର ସଂସ୍କୃତି ସଚିବ ଓ ଏଏସଆଇ ମହାନିର୍ଦ୍ଦେଶକ ଯୋଗ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, କାକଟପୁର ଓ ନିମାପଡ଼ା ବିଧାୟକ, ସଂସ୍କୃତି ସଚିବ ଓ ନିର୍ଦ୍ଦେଶକ ଏହି ବୈଠକରେ ଅଂଶ ଗ୍ରହଣ କରିଛନ୍ତି। ଦେଇଛନ୍ତି । କୋଣାର୍କ ସୁରକ୍ଷା ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିବା ଜଣାପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସେପଟେ କୋଣାର୍କ ସୁରକ୍ଷା ନେଇ ଉଚ୍ଚସ୍ତରୀୟ ବୈଠକ ଆରମ୍ଭ ହେବା ପୂର୍ବରୁ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ଦଳ କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମାଙ୍କୁ ଭେଟିଛନ୍ତି । ଏଥିରେ ବିଭିନ୍ନ ଦଳର ପ୍ରତିନିଧି ଓ ସଙ୍ଗଠନ ସାମିଲ ହୋଇଥିଲେ ।ବିଭିନ୍ନ ଦାବି ନେଇ ଏହି ପ୍ରତିନିଧି ଦଳ ଏକସ୍ମାରକ ପତ୍ର କେନ୍ଦ୍ରମନ୍ତ୍ରୀଙ୍କୁ ଦେଇଛନ୍ତି । ପାଇକ ସ୍ମାରକୀ ନେଇ ବି ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛି । ଏହି ସ୍ମାରକୀ ପାଇଁ କେନ୍ଦ୍ର ସରକାର ୧୯୦ କୋଟି ଟଙ୍କା ଦେଇଛନ୍ତି । ରାଜ୍ୟ ସରକାର ୫୦ ଏକର ଜାଗା ଦେଲେ କାମ ଆରମ୍ଭ ହେବ ।