ହୀରାକୁଦ: ୧୦ ଗେଟ୍‌ ଖୋଲା

ସମ୍ବଲପୁର : ଶନିବାର ପୂର୍ବାହ୍ନରେ ହୀରାକୁଦ ବନ୍ଧର ୫ଟି ଗେଟ୍‌ ବନ୍ଦ କରାଯାଇଛି। ଦିନ ୯ଟାରୁ ୧୦ଟା ମଧ୍ୟରେ ୩ଟି, ୧୦ଟାରୁ ୧୧ଟା ମଧ୍ୟରେ ପୁଣି ୨ଟି ଗେଟ୍‌ ବନ୍ଦ କରା ଯିବା ପରେ ଆଉ ୧୦ଟି ଗେଟ୍‌ ଖୋଲା ରହିଛି। ଶନିବାର ସଂଧ୍ୟା ୬ଟା ବେଳକୁ ହୀରାକୁଦ ଜଳଭଣ୍ଡାରର ସ୍ତର ୬୨୩.୪୭ ଫୁଟ୍‌ ଥିଲା। ସେତିକି ବେଳକୁ ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ହାରାହାରି ୧, ୮୪, ୦୭୬ ଘନଫୁଟ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୧, ୭୩, ୦୨୯ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିଲା। ଖୋଲାଥିବା ବାମ ସ୍ପିଲ୍‌େଓ୍ଵ’ର ୭ ଓ ଡାହାଣ ପାର୍ଶ୍ୱର ୩ଟି ସ୍ଲୁଇସ୍‌ ଗେଟ୍‌ ଦେଇ ୧, ୫୯, ୩୭୦ କ୍ୟୁସେକ୍‌, ପାଓ୍ଵାର ଚାନେଲରେ ୧୧, ୧୦୮ କ୍ୟୁସେକ୍‌, ବିଭିନ୍ନ କେନାଲ୍‌ରେ ୨୨୦୧ କ୍ୟୁସେକ୍‌ ଓ ଶିଳ୍ପ ସଂସ୍ଥା ଗୁଡ଼ିକ ପାଇଁ ୩୫୦ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିଲା। ସେହି ସମୟରେ ତଳ ମୁଣ୍ଡର ବିଭିନ୍ନ ଷ୍ଟେସନ ଗୁଡ଼ିକ ମଧ୍ୟରୁ ଖଇରମାଳରେ ୩, ୭୫,୦୦୦ କ୍ୟୁସେକ୍‌, ବରମୂଳରେ ୪, ୨୮,୦୦୦ କ୍ୟୁସେକ୍‌ ଓ ମୁଣ୍ଡଳିରେ ୪, ୮୫, ୪୩୦ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ବନ୍ଧ ଉପର ମୁଣ୍ଡରେ ୧୩.୨୨ ମିଲିମିଟର ଓ ତଳ ମୁଣ୍ଡରେ ୧୨.୪୪ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର