୧୨ ନକ୍ସଲ ଗିରଫ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ପୁଲିସକୁ ମିଳିଛି ବଡ ସଫଳତା। କୋଣ୍ଟା ପୁଲିସ ୧୨ ଜଣ ନକ୍ସଲଙ୍କୁ ଗିରଫ କରିଛି। ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ସେମାନଙ୍କୁ ଗିରଫ କରିଥିଲା। ଏମାନଙ୍କ ଠାରୁ ତୀର, ଧନୁ, ଟାଙ୍ଗିଆ, ବିପୁଳ ପରିମାଣର ଲୁହା ବ୍ୟାଣ୍ଡଲ ସମେତ ବହୁ ସାମଗ୍ରୀ ଜବତ କରାଯାଇଛି। ଏମାନେ କିଛି ଦିନ ତଳେ ଚିକ୍କଲଗୁଡା ଠାରେ ଗୋଟିଏ ସ୍କର୍ପିଓ ଗାଡିକୁ ନିଆଁ ଲଗାଇ ପୋଡି ଦେବା, ଭଜ୍ଜି ଥାନା ଅଂଚଳରେ ପୁଲିସ ପାର୍ଟି ଉପରେ ଗୁଳି ଚଳାଇବା ଘଟଣାରେ ସାମିଲ ଥିବା ପୁଲିସ କହିଛି। ଗତ ୫ ବର୍ଷ ହେଲା ଏମାନେ ଜନମିଲିସିଆ ଭାବେ କାମ କରିଆସୁଥିଲେ। ଛତିଶଗଡ ସୀମାନ୍ତରେ ଏମାନେ ଉତ୍ପାତ କରୁଥିଲେ। ଲୋକଙ୍କୁ ମାରିବା, ଲୁଟ କରିବା, ରାସ୍ତା ଖୋଳିବା ଇତ୍ୟାଦିରେ ଏମାନେ ସଂପୃକ୍ତ ଥିଲେ। ପୁଲିସ ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର