ଜଳ ନିଷ୍କାସନ ପାଇଁ ଖୋଲା ରହିବ ହୀରାକୁଦର ୧୪ଟି ଗେଟ୍‌

ହୀରାକୁଦ: ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ବିପୁଳ ପରିମାଣର ଜଳ ପ୍ରବେଶ କରୁଥିବାରୁ ସୋମବାର ଦିନ ଆଉ ସାତଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯିବ।

ହୀରାକୁଦ ଜଳଭଣ୍ଡାରର ଜଳଧାରଣ ସ୍ତର ୬୧୯-୨୦ ଫୁଟ୍‌ ଥିବାବେଳେ ୨. ୦୫ କ୍ୟୁସେକ୍‌ ଜଳରାଶି ପ୍ରବେଶ କରୁଛି। ଏହି ଜଳର ଅଧିକାଂଶ ଆସୁଛି ଆଇବି ରିଭର୍‌ ସିଷ୍ଟମ୍‌ରୁ।

ମହାନଦୀ ମଧ୍ୟକୁ ୨. ୨ ଲକ୍ଷ କ୍ୟୁସେକ୍‌ ଜଳ ନିଷ୍କାସନ କରିବାକୁ ଏହାକୁ ମିଶାଇ ୧୪ଟି ସ୍ଲୁଇସ୍‌ ଗେଟ୍‌ ଖୋଲା ରହିବ। ଫଳରେ ମୁଣ୍ଡୁଳୀ ଠାରେ ମହାନଦୀରେ ସର୍ବାଧିକ ୪ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବ।

ସମ୍ବନ୍ଧିତ ଖବର