ସିନ୍ଧେକେଲା : ସିନ୍ଧେକେଲା ନିକଟସ୍ଥ ବଠର୍ଲା ଖ୍ରୀଷ୍ଟିଆନ ପଡ଼ା ନିକଟରୁ ପୁଲିସ ୧୬ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରେ ୯ ଜଣ ପୁରୁଷ ଓ ୭ ଜଣ ମହିଳା ଅଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଭୁଷାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଟିଟିସିଲେଟ ଗାଁରୁ କଳାହାଣ୍ଡି ଜିଲ୍ଲା ଭାଟିପଡ଼ା ଗାଁର ଦାଦନ ସର୍ଦ୍ଦାର ସନ୍ତୋଷ ଧରୁଆ ଏହି ଶ୍ରମିକମାନଙ୍କ ମୋଟା ଅଙ୍କର ପ୍ରଲୋଭନ ଦେଖାଇ ଆନ୍ଧ୍ର ପ୍ରଦେଶ ଚାଲାଣ କରୁଥିବା ଉଦ୍ୟମ କରୁଥିଲା। ଏହି ଶ୍ରମିକମାନେ ଟିଟିସିଲେଟ ଗାଁରୁ ଚାଲି ଚାଲି ବଠର୍ଲା ଦେଇ ଭବାନୀପାଟଣା-ରାୟପୁର ରାସ୍ତାକୁ ଯାଇ ସେଠାରୁ ଗାଡ଼ି ଯୋଗେ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ପହଞ୍ଚିବାର ଥିଲା। କିନ୍ତୁ ତା ପୂର୍ବରୁ ପୁଲିସ ଖବର ପାଇ ସେମାନଙ୍କୁ ଉଦ୍ଧାର କରିଥିଲା। ଏନେଇ ସିନ୍ଧେକେଲା ଥାନାରେ କେସ ନଂ ୧୫୩/୧୭ରେ ଏକ ମାମଲା ରୁଜୁ ହୋଇଛି। ଏହାଛଡ଼ା ଦାଦନ ସର୍ଦ୍ଦାର ଶ୍ରୀ ଧରୁଆକୁ ପୁଲିସ ଗିରଫ କରିଛି।