୨୨ଜଣ ଓଏଏସ୍‌ ଅଧିକାରୀଙ୍କ ବଦଳି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ୨୨ଜଣ ଓଏଏସ୍‌ ଅଧିକାରୀଙ୍କ ବଦଳି ହୋଇଛି। ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ସୁରଜିତ ଦାସଙ୍କୁ ଶକ୍ତି ବିଭାଗକୁ ବଦଳି କରାଯାଇଛି। ସେହିପରି କଳିଙ୍ଗନଗର, ଏଡିଏମ୍‌ ଅବ୍‌ଦୁଲ୍‌ ଅଲିମ୍‌ ଖାଁଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ବିଭାଗର ଯୁଗ୍ମ ସଚିବ ସତ୍ୟରଞ୍ଜନ ସାହୁଙ୍କୁ ପୂର୍ବରୁ ଏମ୍‌ଡି ସେରିଫେଡ୍‌ ଏବଂ ଉତ୍କଳିକା ଏମ୍‌ଡି ଭାବେ ବଦଳି କରାଯାଇଥିବା ବେଳେ ଆଜି ସେହି ଆଦେଶନାମାକୁ କାଏମ ରଖାଯାଇଛି। ସାଧାରଣ ପ୍ରଶାସନ ବିଭାଗର ରେଣ୍ଟ ଅଫିସର ପ୍ରସନ୍ନ କୁମାର ଷଡଙ୍ଗୀଙ୍କୁ କଳାହାଣ୍ଡି ଡିଆରଡିଏ, ପିଡି; ଆରଏମ୍‌ଏସ୍‌ଏ ଡେପୁଟି ଡାଇରେକ୍ଟର ବସନ୍ତ କୁମାର ରାଉତଙ୍କୁ କେନ୍ଦ୍ରାପଡ଼ା ଏଡିଏମ୍‌; ଓଏସ୍‌ସିଏସ୍‌ସି ଜିଏମ୍‌ ସନ୍ତୋଷ କୁମାର ଦାଶଙ୍କୁ କେନ୍ଦୁଝର ଡିଏମ୍‌ଏଫ୍‌ ସିଇଓ; ପିସିସିଏଫ୍‌ର ସିନିୟର ଏ.ଓ. ଆର. ଗୀତାରାଣୀ ପଟ୍ଟନାୟକଙ୍କୁ ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ବିଭାଗର ଯୁଗ୍ମ ସଚିବ; ବରଗଡ଼ ଡିଆରଡିଏ ଏପିଡି ରସାଇ ଲାଗୁରୀଙ୍କୁ ସୁନ୍ଦରଗଡ଼ ଡିଏମ୍‌ଏଫ୍‌ ସିଇଓ; ଓଏସ୍‌ଏଚ୍‌ବିର ଓଏସ୍‌ଡି ଶ୍ରୀଧର ନାୟକଙ୍କୁ ଯାଜପୁର ଡିଏମ୍‌ଏଫ୍‌ ସିଇଓ; ଭୁବନେଶ୍ୱର ସ୍ମାର୍ଟ ସିଟି ଓଏସ୍‌ଡି ସନ୍ତୋଷ ମିଶ୍ରଙ୍କୁ କଳିଙ୍ଗନଗର ଏଡିଏମ୍‌ ଭାବେ ବଦଳି କରାଯାଇଛି।

କାମାକ୍ଷାନଗର ଉପଜିଲ୍ଲାପାଳ କଳ୍ପତରୁ ବେହେରାଙ୍କୁ ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ର ଆଡ୍‌ମିନିଷ୍ଟ୍ରେଟିଭ୍‌ ଅଫିସର ଭାବେ ବଦଳି କରାଯାଇଥିବା ବେଳେ ଆଠଗଡ଼ ଉପଜିଲ୍ଲାପାଳ ହରିଶ୍‌ ନାୟକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ଓଏମ୍‌ସିର ସିଭିଓ ଅମ୍ବର କୁମାର କର ନିଜ ପଦବିରେ ପୁନଃଅବସ୍ଥାପିତ ହୋଇଛନ୍ତି। କେନ୍ଦୁଝର ଉପଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କୁ ଭୁବନେଶ୍ୱର ଓପେପାର ଏଡିଜି ଭାବେ; କଟକ ଡିଆରଡିଏ ଏପିଡି ଶଶାଙ୍କ ଶେଖର ଦାଶଙ୍କୁ ସାଧାରଣ ପ୍ରଶାସନର ରେଣ୍ଟ ଅଫିସର; ବାଲେଶ୍ୱର ଡିଆରଡିଏ ଏପିଡି ରାମଚନ୍ଦ୍ର ପାଲଟାଙ୍କୁ ଉପଜିଲ୍ଲାପାଳ ଡେଙ୍କାନାଳ; ଶ୍ରମ ବିଭାଗର ଉପ ସଚିବ ପ୍ରଦୀପ କୁମାର ସାହୁଙ୍କୁ ଆନନ୍ଦପୁର ଉପଜିଲ୍ଲାପାଳ; ଖଲିକୋଟ ବିଡିଓ ରଜନୀକାନ୍ତ ସ୍ୱାଇଁଙ୍କୁ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ; ବୋଲଗଡ଼ ବିଡିଓ ସୁଧାକର ନାୟକଙ୍କୁ ଟିଟିଲାଗଡ଼ ଉପଜିଲ୍ଲାପାଳ; କୁଜଙ୍ଗ ବିଡିଓ ବିଷ୍ଣୁପ୍ରସାଦ ଆଚାର୍ଯ୍ୟଙ୍କୁ କାମାକ୍ଷାନଗର ଉପଜିଲ୍ଲାପାଳ; କାମାକ୍ଷାନଗର ବିଡିଓ ପିତାମ୍ବର ସାମଲଙ୍କୁ ଢେଙ୍କାନାଳ ଉପଜିଲ୍ଲାପାଳ ଭାବେ ଏବଂ ଲହୁଣୀପଡ଼ା ବିଡିଓଙ୍କୁ କେନ୍ଦୁଝର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର