ହୀରାକୁଦର ୫ଟି ଗେଟ୍‌ ଖୋଲା

ସମ୍ବଲପୁର : ବୁଧବାର ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ସନ୍ଧ୍ୟା ୬ଟାରେ ଜଳସ୍ତର ୬୧୪.୩୫ ଫୁଟ୍‌ରେ ପହଂଚି ଥିବା ବେଳେ ସର୍ବମୋଟ୍‌ ୫ଟି ସ୍ଲୁଇସ୍‌ ଗେଟ୍‌ ଦେଇ ୭୬,୦୦୦ କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଇଛି। ଜଳଭଣ୍ଡାରକୁ ୯୫,୩୩୫ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୭୯,୨୮୬କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଏଥିରୁ କେନାଲଗୁଡ଼ିକରେ ୨,୫୧୧ କ୍ୟୁସେକ ଓ ପାଓ୍ଵାର ଚାନେଲରେ ୧୦,୮୪୪ କ୍ୟୁସେକ ଜଳ ଛଡ଼ାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ (ସକାଳ ସାଢ଼େ ୮ଟା ସୁଦ୍ଧା) ଉପର ମୁଣ୍ଡରେ ୩୪.୨୭ ମିମି ଓ ତଳମୁଣ୍ଡରେ ୨୫.୭୩ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର