ମାଲକାନଗିରି: ଏସଓଜି- ମାଓବାଦୀ ଗୁଳିମିବିନିମୟ, ୫ ମାଓବାଦୀ ମୃତ

ମାଲକାନଗିରି:ମାଲକାନଗିରି ଜିଲ୍ଲା କାଲିମଳା ବ୍ଲକ୍‌ ଅନ୍ତର୍ଗତ ଭେଜଙ୍ଗଓ୍ଵାଡ଼ା ସ୍ଥିତ ସୁଧାପଣ୍ଡା ଜଙ୍ଗଲରେ ମାଓବାଦୀ- ପୁଲିସ ଗୁଳି ବିନିମୟ ଚାଲିିଛି। ଗତ ୨୪ ଘଣ୍ଟା ଧରି ଚାଲିଥିବାଏହି ଗୁଳି ବିନିମୟରେ ବର୍ତ୍ତମାନ ସଦ୍ଧା ୫ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅପରପକ୍ଷେ ଏସଓଜି ଯବାନମାନେ ମାଓ ଶିବିରକୁ ଧ୍ୱସ୍ତବିଧ୍ୱସ୍ତ କରି ଦେଇଥିବା ସୂଚନା ମିଳିଛି। ଏହା ସହିତ ସେଠାରୁ ଏସଏଲଆର, ଇନସାସ୍‌ ଓ ଥ୍ର ିନଟ ଥ୍ରି ବନ୍ଧୁକଗୁଡ଼ିକ ମଧ୍ୟ ପୁଲସବାହିନୀ ଜବତ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କାଳିମେଳା ଦଲମ୍‌ର ମାଓନେତା ରଣଦେବ ସୁଧାପଣ୍ଡା ଜଙ୍ଗଲରେ କ୍ୟାମ୍ପ କରି ବୈଠକ କରୁଥିବା ନେଇ ମାଲକାନଗିରି ଏସ୍‌ପି ଜଗମୋହନ ମୀନାଙ୍କୁ ଠୋସ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଏସ୍‌ପି ଶ୍ରୀ ମୀନା ୨ଟି ଟିମରେ ମୋଟ୍‌ ୬୦ ଜଣ ଏସଓଜି ଯବାନଙ୍କ ସହିତ ଅନ୍ୟ ଫୋର୍ସର ନେତୃତ୍ୱ ନେଇ ସୁଧାପଣ୍ଡା ଜଙ୍ଗଲ ଭିତରେକୁ କମ୍ବିଂ ପାଇଁ ଯାଇଥିଲେ। ତେବେ ସୁଧାପଣ୍ଡା ଜଙ୍ଗଲର ଭେଜଙ୍ଗଓ୍ଵାଡ଼ା ନିକଟରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଗତ ୨୪ ଘଣ୍ଟା ଧରି ଏହି ଗୁଳିବିନିମୟ ଜାରି ରହିଛି। ତେବେ କାଳିମେଳା ଦଲମ୍‌ର ମାଓନେତା ରଣଦେବ ସେଠାରୁ ଖସିଯିବାକୁ ସକ୍ଷମ ହୋଇଥିବା ବେଳେ ପୁଲିସ ଗୁଳିରେ ୫ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି। ମାଓବାଦୀମାନେ ବ୍ୟବହାର କରୁଥିବା ଆଧୁନିକ ଏସଏଲଆର, ଇନସାସ ରାଇଫଲ ସହିତ ଥ୍ରିି ନଟ୍‌ ଥ୍ରି ରାଇଫଲ ଜବତ କରାଯାଇଛି।

ସମ୍ବନ୍ଧିତ ଖବର