୫ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ : ଦେବରାଜ, ସୁକାନ୍ତ, ପୂର୍ଣ୍ଣଚନ୍ଦ୍ର, ବାସନ୍ତୀ, ତ୍ରିନାଥ ଅଯୋଗ୍ୟ

ଭୁବନେଶ୍ବର : ବିଜେଡିରୁ ଇସ୍ତଫା ଦେଇଥିବା ୫ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି ବିଧାନସଭା ବାଚସ୍ପତି ପ୍ରଦୀପ ଅମାତ। ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀଙ୍କ ପିଟିସନ ଆଧାରରେ ଶନିବାର ରାତିରେ ବିଧାୟକମାନଙ୍କ ସଭ୍ୟ ପଦ ରଦ୍ଦ କରାଯାଇଛି।

ନିଜ ଇଚ୍ଛାରେ ବିଜେଡିରୁ ଇସ୍ତଫା ଦେଇଥିବା ଆସିକା ବିଧାୟକ ଦେବରାଜ ମହାନ୍ତି, ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ ଓ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗୋଙ୍କ ସଭ୍ୟ ପଦ ରଦ୍ଦ କରିବାକୁ ଶନିବାର ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ବାଚସ୍ପତି ପ୍ରଦୀପ ଅମାତଙ୍କ ପାଖରେ ପିଟିସନ ଦାୟର କରିଥିଲେ। ଏ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ଶତପଥୀ କହିଛନ୍ତି, ଏହି ୫ ବିଧାୟକ ଲୋକମତକୁ ଉପେକ୍ଷା କରି ସ୍ବଇଚ୍ଛାରେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ। ବିଜେଡିରୁ ଇସ୍ତଫା ଦେଇ ଅନ୍ୟ ଦଳରେ ଯୋଗ ଦେଇଛନ୍ତି। ୨୦୧୪ରେ ମିଳିଥିବା ଜନମତକୁ ବିଭ୍ରାନ୍ତ କରି ଅନ୍ୟ ଦଳରେ ସାମିଲ ହୋଇଥିବାରୁ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିବା ବିଧାୟକଙ୍କ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଆଉ ବିଧାୟକ େହାଇ ରହିବାର ଅଧିକାର ନାହିଁ।

ସମ୍ବିଧାନର ୧୦ମ ଅନୁଚ୍ଛେଦର ଧାରା ୧୯୧ ଓ ଉପଧାରା ୨ ସହିତ ଅଯୋଗ୍ୟ ଘୋଷିତ କରିବା ପାଇଁ ଥିବା ନିୟମ ୧୮୭ ଅନୁସାରେ ବାଚସ୍ପତିଙ୍କୁ ନିବେଦନ କରାଯାଇଥିଲା। କସରକାରୀ ଦଳ ମୁଖ୍ୟସଚେତକଙ୍କ ପିଟିସନକୁ ଅନୁଧ୍ୟାନ କରିବା ପରେ ବାଚସ୍ପତି ୫ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରି ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର