ପାରା ମଡ଼କ, ଦିନକରେ ୫୦ରୁ ଊର୍ଧ୍ୱ ମୃତ

ପଟାଙ୍ଗି : କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ସଦର ମହକୁମାର ଗେଟ୍‌ ସାହି ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛ ତଳେ ଆଜି ପ୍ରାୟ ୫୦ରୁ ଊର୍ଧ୍ୱ ପାରା ମରି ପଡିଥିବା ଦେଖିବାକୁ ମିଳିଥିଲା। ଏହା ଦେଖିବା ପରେ ସ୍ଥାନୀୟ ବାସିନ୍ଦା ଏସଂପର୍କରେ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ମନୋଜ କୁମାର ସାହୁଙ୍କୁ ଅବଗତ କରାଇଥିଲେ। ଡା. ସାହୁ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିବା ସହ ୨ଟି ମୃତ ପାରାକୁ ବ୍ୟବଚ୍ଛେଦ ନିମନ୍ତେ ନେଇଥିଲେ। କୌଣସି ରୋଗରେ ନୁହେଁ ବିଷାକ୍ତ ଖାଦ୍ୟ ଖାଇବା ପରେ ପାରା ଗୁଡିକର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିବା ଡା. ସାହୁ କହିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପାରା ଗୁଡିକର ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର