ରାଜ୍ୟର ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ୮୪ତମ ପୁଲିସ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ଏପ୍ରିଲ୍‌ ପହିଲା ସୋମବାର ଦିନ ରାଜ୍ୟର ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ୮୪ ତମ ପୁଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।

ବାଲେଶ୍ୱର, ବାରିପଦା, କେନ୍ଦ୍ରାପଡ଼ା ଏବଂ କଟକ ଆଦି ସ୍ଥାନରେ ଥିବା ମୁଖ୍ୟାଳୟରେ ପୁଲିସ ତରଫରୁ ଆକର୍ଷଣୀୟ ପରେଡ୍‌ ଆୟୋଜିତ ହୋଇଥିଲା।

ଏହି ଅବସରରେ କଟକସ୍ଥିତ ସିଆଡି, ସିବି କନ୍‌ଫରେନ୍‌ସ୍‌ ହଲ୍‌ରେ ଏକ ‘କ୍ରାଇମ୍‌ ଲାବ୍‌’କୁ ଏଡିଜି ଉଦ୍‌ଘାଟନ କରିଛନ୍ତି।

ସମ୍ବନ୍ଧିତ ଖବର