କେଏମ୍‌ବିବି ବିଦ୍ୟାଳୟରେ ଆଲୋଚନାଚକ୍ର

ଭୁବନେଶ୍ୱର : କେଏମ୍‌ବିବି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକବିଂଶ ଶତାବ୍ଦୀରେ ବିଜ୍ଞାନ ଓ ମଣିଷ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୈଜ୍ଞାନିକ ଡ. ଚିତ୍ତରଂଜନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ସଂପର୍କରେ ଆଲୋଚନା କରିଥିଲେ। ବିଦ୍ୟାଳୟର ଡିନ୍‌ ଏକାଡେମିକ୍ସ ଡ. ବିଜୁନି ଚରଣ ସୂତାର ଅତିଥି ପରିଚୟ ଓ ଆଲୋଚନାଚକ୍ରର ତାତ୍ପର୍ଯ୍ୟ ସଂପର୍କରେ ମତ ରଖିଥିଲେ। ଡ. ମିଶ୍ରଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା। ଶେଷରେ ଉପାଧ୍ୟକ୍ଷା ଡ. ସଂଧ୍ୟାରାଣୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର