ଭୁବନେଶ୍ୱର: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ୨୦୧୮ ଏପ୍ରିଲରେ ହେବାକୁ ଥିବା ଜେଇଇ ମେନ୍ ଲାଗି ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଛି। ଅନ୍ଲାଇନ୍ରେ ଆବେଦନ କରିବା ସମୟରେ ଛାତ୍ରଛାତ୍ରୀ ନିଜର ଆଧାର ନମ୍ବର, ନାମ, ଜନ୍ମ ତାରିଖ ଏବଂ ଲିଙ୍ଗ ଲେଖିବାକୁ ପଡ଼ିବ। ଫଳରେ ସେମାନଙ୍କ ପରିଚୟ ସୁନିଶ୍ଚିତ କରାଯାଇପାରିବ। ଯେଉଁମାନଙ୍କର ଆଧାର ନାହିଁ ସେମାନଙ୍କୁ ଆବେଦନ କରିବାକୁ ପଡ଼ିବ। ଜମ୍ମୁ ଓ କାଶ୍ମୀର, ଆସାମ ଏବଂ ମେଘାଳୟକୁ ଛାଡ଼ି ସମସ୍ତ ରାଜ୍ୟରେ ଏହା ଲାଗୁ ହେବ। ଯେଉଁ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଜମ୍ମୁ ଓ କାଶ୍ମୀର, ଆସାମ ଏବଂ ମେଘାଳୟରୁ ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନଙ୍କୁ ନିଜର ପାସପୋର୍ଟ ନମ୍ବର, ରାସନ କାର୍ଡ ନମ୍ବର, ବ୍ୟାଙ୍କ ଖାତା ନମ୍ବର କିମ୍ବା ଅନ୍ୟ କୌଣସି ସରକାରୀ ପରିଚୟପତ୍ର ନମ୍ବର ଦେବାକୁ ହେବ। ସେମାନଙ୍କୁ କେବଳ ଉକ୍ତ ରାଜ୍ୟର ପରୀକ୍ଷା କେନ୍ଦ୍ର ଚୟନ କରିବାକୁ ପଡ଼ିବ ବୋଲି ସିବିଏସ୍ଇ କର୍ତୃପକ୍ଷ ଜଣାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସିବିଏସ୍ଇର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଛାତ୍ରଛାତ୍ରୀ ଆଧାର ବ୍ୟବହାର କରିବା ଦ୍ୱାରା ସେମାନଙ୍କ ବିବରଣୀ ପ୍ରାମାଣିକତା ଆସିବ। ଏଥିରେ ପରୀକ୍ଷା କେନ୍ଦ୍ରରେ ସୁବିଧା ତଥା ବିନା ସମସ୍ୟାରେ ଆବେଦକଙ୍କ ପରିଚୟକୁୁ ସୁନିଶ୍ଚିତ କରିବାରେ ଏହା ସହାୟକ ହେବ। ଆଧାର କାର୍ଡ ରହିଥିଲେ ପରିଚୟ ଲାଗି ଆଉ କୌଣସି ନଥିପତ୍ରର ଆବଶ୍ୟକତା ନାହିଁ।