ଝାରସୁଗୁଡ଼ାରୁ ଏଲାଏନ୍ସ ଏୟାରର ବିମାନସେବା ଖୁବ୍‌ଶୀଘ୍ର: ଭିତ୍ତିଭୂମି ପରଖିଲେ ପ୍ରତିନିଧି ଦଳ

ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଉଡ଼ାନ-୩.୦ ଆର୍‌ସିଏସ୍‌ ଅନୁଯାୟୀ ବିମାନ ସେବା ଯୋଗାଇ ଦେବା ପାଇଁ ଅନୁମତି ପାଇଥିବା ଏଲାଏନ୍ସ ଏୟାର ମଂଗଳବାର ଝାରସୁଗୁଡ଼ା ବିମାନ ବନ୍ଦର ପରିଦର୍ଶନ କରିଛି। ଏଲାଏନ୍ସ ଏୟାର ପକ୍ଷରୁ କଲିକତା ଓ ନୂଆଦିଲ୍ଲୀରୁ ଏକ ୪ ଜଣିଆ ପ୍ରତିନିଧି ଦଳ ଟି. କେ. ସାହାଙ୍କ ନେତୃତ୍ୱରେ ଝାରସୁଗୁଡ଼ାରେ ଆସି ପହଞ୍ଚିଥିଲେ। ଏହି ପ୍ରତିନିଧ ଦଳରେ ସୁରକ୍ଷା ଓ ବୈଷୟିକ ଅଧିକାରୀମାନେ ବିଶେଷ କରି ବିମାନ ବନ୍ଦରଠାରେ ଥିବା ଭିତ୍ତିଭୂମି ଓ ସୁରକ୍ଷା ବ୍ୟବସ୍ଥା ସହିତ ଯାତ୍ରୀଙ୍କ ପାଇଁ ଥିବା ବ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ କରିଥିଲେ। ବିମ‌ାନ ବନ୍ଦର ନିର୍ଦ୍ଦେଶକଙ୍କ ଅନୁପସ୍ଥିତିରେ ସହକାରୀ ଅଧିକାରୀ ମାନେ ଏହି ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିବା ସହିତ ବିମାନ ବନ୍ଦରର ସମସ୍ତ ବ୍ୟବସ୍ଥା ସଂପର୍କରେ ଅବଗତ କରାଇଥିଲେ। ଏଲାଏନ୍ସ ଏୟାର ଏଠାରୁ ଏଟିଆର୍‌ ୭୨ ବିମାନର ଉଡ଼ାଣ କରିବ। ବିମାନ ବନ୍ଦର ପରିଦର୍ଶନ ପରେ ଏହି ଟିମ୍‌ରେ ଥିବା ପଦାଧିକାରୀମା‌ନେ ସନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର