ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗ: ୨୨ରେ ପୁରୀ ଆସିବେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ରଞ୍ଜିତ କୁମାର

0

ନୂଆଦିଲ୍ଲୀ: ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ରଞ୍ଜିିତ କୁମାର ଚଳିତ ମାସ ୨୨ ଓ ୨୩ ତାରିଖରେ ପୁରୀ ଆସିବେ। ଆଜି ସୁପ୍ରିମକୋର୍ଟ ଶ୍ରୀ କୁମାରଙ୍କୁ ପୁରୀ ଶ୍ରୀମନ୍ଦିର ଯାଇ ରିପୋର୍ଟ ପ୍ରସ୍ତୁତ କରି କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମଙ୍ଗଳବାର ସୁପ୍ରିମକୋର୍ଟ ଆମିକସ୍‌ କ୍ୟୁରି ଶ୍ରୀ କୁମାରଙ୍କୁ ଚଳିତ ମାସ ୨୨ ଓ ୨୩ ତାରିଖରେ ପୁରୀ ଯାଇ ବିଭିନ୍ନ ବର୍ଗର ବ୍ୟକ୍ତି, ଶ୍ରୀମନ୍ଦିର ପରିଚାଳନା କମିଟି, ପୁରୀ ଗଜପତି ମହାରାଜ, ଶ୍ରୀମନ୍ଦିରର ସେବକ, ସେବାୟତ ଓ ଅନୁଷ୍ଠାନକୁ ଭେଟିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରେ ଏ ନେଇ ଏକ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି କୋର୍ଟ ମଧ୍ୟ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ଜିଲ୍ଲା ଜଜ୍‌ଙ୍କ ସୁପାରିଶ ଆଧାରରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛିି, ସେ ସମ୍ପର୍କରେ ଏକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.