ଅନିତାଙ୍କୁ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ ମୁଦାଖାଲ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ ଅନିତା କୁମାରୀ ପରିଡା ଚଳିତ ବର୍ଷର ଫ୍ଲୋରେନ୍ସ ନାଇଟେଙ୍ଗଲ ସେବିକା ପୁରସ୍କାର ପାଇବେ। ଆସନ୍ତା ୧୨ ତାରିଖ ଦିନ ଦିଲ୍ଲୀରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମତୀ ପରିଡାଙ୍କୁ ପୁରସ୍କୃତ କରିବେ। ୨୦୧୬ ମସିହାରେ ମାଲକାନଗିରି ଜିଲ୍ଲାରେ ଜାପାନୀ ଜ୍ୱର ମହାମାରୀ ରୂପ ନେଇଥିବା ବେଳେ ଶ୍ରୀମତୀ ପରିଡାଙ୍କ ଉତ୍ସର୍ଗୀକୃତ ସେବା ପାଇଁ ଉଚ୍ଚ ପ୍ରଶଂସିତ ହୋଇଥିଲେ। ଏହି ଉପ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ରହିଥିବା ବିଭିନ୍ନ ଗ୍ରାମକୁ ନିୟମିତ ପରିଦର୍ଶନରେ ଯାଇ ଶତ ପ୍ରତିଶତ ଗର୍ଭବତୀ ମହିଳାଙ୍କୁ ପ୍ରସବ କରାଇଛନ୍ତି। ଚଳିତ ବର୍ଷ ୭୪ପ୍ରତିଶତ ଟିକାକରଣ ସହ ୮୫ପ୍ରତିଶତ ଗର୍ଭବତୀ ମହିଳାଙ୍କ ପଞ୍ଜୀକରଣ କରାଇଛନ୍ତି।

ସମ୍ବନ୍ଧିତ ଖବର