ବିଜୟଙ୍କ ମଙ୍ଗଳା ଦର୍ଶନକୁ ନେଇ ବରୀରେ ଚର୍ଚ୍ଚା, ବରୀ ରାଜନୀତି

ଯାଜପୁର/ରତ୍ନଗିରି: ବିଜେଡିର ରାଜ୍ୟ ସମ୍ପାଦକ ବିଜୟ ନାୟକ ଆଜି ଅଚାନକ ନିଜ ନିର୍ବାଚନ ମଣ୍ଡଳୀ ବରୀ ଗସ୍ତ କରି ଏକ ମୋଟର ସାଇକେଲ ରାଲିରେ ଗୋଳକୁଣ୍ତସ୍ଥିତ ମା ମଙ୍ଗଳା ମନ୍ଦିରରେ ପହଞ୍ଚି ଦର୍ଶନ ଓ ପୂଜାର୍ଚ୍ଚନା କରି ଫେରି ଯାଇଛନ୍ତି। ଶ୍ରୀ ନାୟକ ଫେରିବା ପରେ ତାଙ୍କ ସମର୍ଥକ, ବିଜେଡ଼ି କର୍ମକର୍ତ୍ତା ଓ ଲୋକପ୍ରତିନିଧିମାନେ ମୋଟରସାଇକେଲ ରାଲିରେ ଗୋଳକୁଣ୍ତ ପଞ୍ଚାୟତ ପରିଭ୍ରମଣ କରିଥିଲେ। ଯାହାକୁ ନେଇ ବରୀ ବିଜେଡ଼ି ରାଜନୀତି ସରଗରମ ହୋଇଛି। ବିଧାୟକ ଦେବାଶିଷ ନାୟକଙ୍କର ଶିବିରରେ କମ୍ପନ ସୃଷ୍ଟି ହୋଇଛି। ବରୀ ପାଇଁ ଦୀର୍ଘ ଦିନରୁ ଆଶାୟୀ ବିଜୟଙ୍କ ଅଚାନକ ଆଗମନ ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ସୂଚନା ଯୋଗ୍ୟ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ଦଳରୁ ପ୍ରାର୍ଥୀ ହେବା ଆଶା ରଖି ବିଜୟ ବରୀରେ ସଂଗଠନ ଚଳାଇଥିଲେ। ହେଲେ ଶେଷରେ ଦେବାଶିଷ୍ ନାୟକ ଚତୁର୍ଥ ଥର ପାଇଁ ଦଳୀୟ ଟିକେଟ୍ ନେବାରେ ସକ୍ଷମ ହୋଇ ଥିଲେ। ‌େତବେ ୨୦୧୪ ନିର୍ବାଚନ ପର ଠାରୁ ବିଜୟ ନିର୍ବାଚନ ମଣ୍ତଳୀର ବିିଭିନ୍ନ କାର୍ଯ୍ୟକ୍ରମ ଓ ଦଳୀୟ ନେତାଙ୍କ ସହିତ ସଂପର୍କ ରଖିଆସିଛନ୍ତି। ଆଜି ବିଜୟ ପହଞ୍ଚିବା ପରେ ଶତାଧିକ ମୋଟର ସାଇକେଲ ଶୋଭାଯାତ୍ରାରେ ତାଙ୍କୁ ମନ୍ଦିର ନିକଟକୁ ପାଛୋଟି ନେଇଥିଲେ। ଏଥିରୁ ରାଜନୈତିକ ଗନ୍ଧ ବେଶ ବାରି ହୋଇପଡୁଛି। ଶ୍ରୀ ନାୟକଙ୍କୁ ମଙ୍ଗଳା ମନ୍ଦିର ନିକଟକୁ ପାଛୋଟି ଆଣିଥିବା କର୍ମୀମାନଙ୍କ ମଧ୍ୟରେ ଗୋଳକୁଣ୍ତ ପଞ୍ଚ‌ାୟତର ସମିତିସଭ୍ୟ ଅଶୋକ ଜେନା, ବନ୍ଧଡିହ ପଞ୍ଚ‌ାୟତ ସମିତିସଭ୍ୟ ଶ୍ୟାମସୁନ୍ଦର ବେହେରା, ବିଜୁ ସେନାର ବରୀ ବ୍ଲକ ଆବାହକ ଗୀତାଞ୍ଜଳି ରାଉତ, ସଂଜୟ ମଲିକ, ମାନସ ଧଳ, ଅଟିରା ପ୍ରାକ୍ତନ ସରପ‌ଞ୍ଚ ମହାମାୟା ଦାସ, ବାଲିଆ ପ୍ରାକ୍ତନ ସରପ‌ଞ୍ଚ ମହେନ୍ଦ୍ର ଦାସ, ସୌମ୍ୟ ଜେନା ପ୍ରମୁଖ ସାମିଲ୍ ହୋଇଥିଲେ। ଗତଥର ଟିକେଟରୁ ବଞ୍ଚିତ ହୋଇଥିବା ବିଜୟ ଏଥର ୨୦୧୯ ନିର୍ବାଚନରେ ବିଜେଡି ଟିକେଟ୍ ହାତେଇବା ପାଇଁ କିଭଳି ଗୋଟି ଚଳାଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର।

ସମ୍ବନ୍ଧିତ ଖବର