ରଶ୍ମୀ ମହାପାତ୍ରଙ୍କ ପ୍ରାର୍ଥୀତ୍ବକୁ ବିରୋଧ: ଭୁବନେଶ୍ୱର କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା

ଭୁବନେଶ୍ୱର: ଆଜି ରାତି ପ୍ରାୟ ୮ଟାରେ ଭୁବନେଶ୍ୱର କଂଗ୍ରେସ ଭବନରେ ଭଙ୍ଗାରୁଜା ହୋଇଛି। ଭୁବନେଶ୍ୱର ଏକାମ୍ରରେ ରଶ୍ମୀ ମହାପାତ୍ରଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ଅନ୍ୟତମ ଟିକେଟ ଆଶାୟୀ ଶେଖ୍‌ ଅମୀର ମହମ୍ମଦ ଓ ତାଙ୍କ ସମର୍ଥକମାନେ ଏକ ମୋଟର ସାଇକେଲ ରାଲିରେ ଆସି କଂଗ୍ରେସ ଭବନ ଗେଟ୍‌ରେ ତାଲା ପକାଇ ଦେଇଥିଲେ। ଏହାପରେ ମୋଟର ସାଇକେଲ ରାଲିରେ ଆସିଥିବା ୧୦୦ରୁ ଊର୍ଧ୍ୱ ସମର୍ଥକ କଂଗ୍ରେସ ଭବନ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। ସେମାନେ କଂଗ୍ରେସ ଭବନରେ ଥିବା ଚେୟାର ଟେବୁଲ କମ୍ପ୍ୟୁଟର ଇତ୍ୟାଦି ଭଙ୍ଗାରୁଜା କରି ଫେରାର ହୋଇ ଯାଇଥିଲେ। ଅମୀରଙ୍କ ସମର୍ଥକମାନେ ଭୁବନେଶ୍ୱ ଜିଲ୍ଲା ସଭାପତି ଓ ପିସିସି ସଭାପତିଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର