ଓଡ଼ିଶାକୁ ସ୍ୱତନ୍ତ୍ର ମାନ୍ୟତା ଦେବା ପ୍ରତିଶ୍ରୁତିରୁ ହଟିବା ପରେ ବିଜେପି ବିରୋଧରେ ଥାନାକୁ ଗଲା ବିଜେଡି

ଭୁବନେଶ୍ୱର: ବିଜେପି ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ଠକିଥିବା ଅଭିଯୋଗରେ ଖାରବେଳନଗର ଥାନାରେ ବିଜେଡି ପ୍ରତିନିଧି ଦଳ ଏତଲା ଦେଇଛି। ତେବେ ବିଜେପି ନାମରେ ବିଜେଡି ଦେଇଥିବା ଏତଲାରେ ଉଲ୍ଲେଖ ରହିଛି ଯେ, ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜେପି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ପ୍ରତିଶ୍ରୁତି କରିଥିଲେ ମଧ୍ୟ ପୂରଣ କରିନାହିଁ । ଏବେ ବିଜେପିର ୨୦୧୯ ଇସ୍ତାହାରରେ ଏହି ପ୍ରସଙ୍ଗକୁ ବାଦ୍‌ ଦେଇ ସାଢ଼େ ଚାରି କୋଟି ରାଜ୍ୟବାସୀଙ୍କୁ ଧୋକା ଦେଇଥିବା ବିଜେଡି ଅଭିଯୋଗ କରିଛି ।

ବିଜେଡିର ୩ ଜଣିଆ ପ୍ରତିନିଧି ଦଳ ଏନେଇ ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି । ଏନେଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ୨୦୧୪ରେ ବିଜେପି ଇସ୍ତାହାରରେ ପ୍ରଥମ ପଏଣ୍ଟ ଥିଲା ଯେ କ୍ଷମତାକୁ ଆସିଲେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବ । କେନ୍ଦ୍ରରେ ବିଜେପି ସରକାର ଆସିଲା , ସେମାନଙ୍କ ପାଖରେ ସ୍ୱତନ୍ତ୍ର ପାହ୍ୟା ଦେବା ନେଇ ଅଧିକାର ଥିଲା କିନ୍ତୁ ଦେଲେ ନାହିଁ । ଏବଂ ୨୦୧୯ ନିର୍ବାଚନ ପାଇଁ ଆସିଥିବା ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା କଥା ସ୍ଥାନ ପାଇନାହିଁ । ପ୍ରତିଶ୍ରୁତି ଦେଇ ଭାରତୀୟ ଜନତା ପାର୍ଟି ପ୍ରତିଶ୍ରୁତି ରକ୍ଷା କରିନାହିଁ । ଓଡିଶାର ଲୋକଙ୍କୁ ବିଜେପି ଠକିଛି ବୋଲି ସେ କରିଛନ୍ତି ।

ସମ୍ବନ୍ଧିତ ଖବର