କ˚ଗ୍ରେସରେ ଯୋଗଦେଲେ ବିଜେଡ଼ି ନେତା

ଭୁବନେଶ୍ବର : କେନ୍ଦୁଝର ଜିଲ୍ଲା ବିଜେଡି ଉପସଭାପତି ପ୍ରଭାକର ନାୟକ ତାଙ୍କର ସମର୍ଥକମାନଙ୍କ ସହ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତିି। ସେମାନଙ୍କୁ ପ୍ରଦେଶ କ˚ଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଦଳକୁ ସ୍ବାଗତ କରିଥିଲେ।

ଏହି ମିଶ୍ରଣ ପର୍ବ ଅବସରରେ ପିସିସି ଶ୍ରୀ ପଟ୍ଟନାୟକ କହିଲେ, ଶ୍ରୀ ନାୟକଙ୍କ ଯୋଗଦାନ ଦ୍ବାରା କେନ୍ଦୁଝର ଜିଲ୍ଲାରେ କ˚ଗ୍ରେସ ଦଳର ସାଂଗଠନିକ ଶକ୍ତି ବୃଦ୍ଧି ପାଇବ। ଆଗାମୀ ନିର୍ବାଚନରେ କ˚ଗ୍ରେସ ଦଳକୁ ସଫଳ କରିବାରେ ସେ ସବୁ ପ୍ରକାର ଉଦ୍ୟମ କରିବେ ବୋଲି ଶ୍ରୀ ନାୟକ ନିଜ ପ୍ରତିକ୍ରିୟାରେ କହିଥିଲେ। ସଭାରେ କେନ୍ଦୁଝର ଜିଲ୍ଲା କ˚ଗ୍ରେସ କାର୍ଯ୍ୟକାରୀ ସଭାପତି ରତିକାନ୍ତ ବରାଳ, ପିସିସି ମୁଖପାତ୍ର ପଦ୍ମାକର ଗୁରୁ ପ୍ରମୁଖଙ୍କ ସମେତ କର୍ମକର୍ତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର