ସଂସଦରେ ମହାନଦୀ , ପୋଲାଭରମ ପ୍ରସଙ୍ଗ ଉଠାଇବ ବିଜେଡି

ନବୀନ ନିବାସରେ ବିଜେଡି ସଂସଦୀୟ ଦଳ ବୈଠକ

ଭୁବନେଶ୍ୱର: ସଂସଦର ଆଗାମୀ ଶୀତ ଅଧିବେଶନରେ ଦଳର ରଣନୀତି ନେଇ ବିଜେଡି ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି। ନବୀନ ନିବାସ ପରିସରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ସଂସଦ ଅଧିବେଶନରେ ବିଜେଡିର ରଣନୀତି ନେଇ ଆଲୋଚନା କରାଯାଇଛି। ଏହି ବୈଠକରେ ବିଜେଡିର ସମସ୍ତ ଲୋକ ସଭା ଓ ରାଜ୍ୟସଭା ସାଂସଦ ଯୋଗ ଦେଇଥିଲେ। ବୈଠକ ପରେ ଗଣମାଧମକୁ ସୂଚନା ଦେଇ ରାଜ୍ୟସଭା ସାଂସଦ ପ୍ରତାପ ଦେବ କହିଛନ୍ତି ଯେ ଆଗାମୀ ଶୀତ ଅଧିବେଶନ କାଳରେ ବିଜେଡି ପକ୍ଷରୁ ମହାନଦୀ ପ୍ରସଙ୍ଗରେ ଟ୍ରିବୁନାଲ ଗଠନ ନେଇ ଦାବି ଉପସ୍ଥାପନ କରାଯିବ। ସେହିପରି ପୋଲାଭରମ ଓ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ପ୍ରସଙ୍ଗ ମଧ୍ୟ ବିଜେଡି ଉଠାଇବ ବୋଲି ଶ୍ରୀ ଦେବ କହିଛନ୍ତି। ରାଜ୍ୟର ସ୍ୱାର୍ଥ ପାଇଁ ବିଜେଡି କାର୍ଯ୍ୟ କରିବ ବୋଲି ଶ୍ରୀ ଦେବ କହିଛନ୍ତି।

ସମ୍ବନ୍ଧିତ ଖବର