ମନ୍ତ୍ରୀ, ବିଧାୟକଙ୍କୁ ବିଜେପିର ନାଲିଚୁଡ଼ି ଭେଟି

ଭୁବନେଶ୍ବର : ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ନିର୍ବାଚନୀ ଅଭିଯାନ ଆରମ୍ଭ କରିଛି ବିଜେପି। ମନ୍ତ୍ରୀ ପଦରୁ ପ୍ରଦୀପ ମହାରଥୀଙ୍କୁ କାଢିବାରେ ସଫଳ ହେବାପରେ ଦଳ ତାର କାର୍ଯ୍ୟକ୍ରମକୁ େଜାରଦାର କରିଛି। ଏହି କ୍ରମରେ ଆଜି ବିଜେପି ମହିଳା ମୋର୍ଚ୍ଚା ଆଜି ବିଜେଡି ବିଧାୟକ ଓ ମନ୍ତ୍ରୀଙ୍କ ବାସଭବନରେ ଚୁଡ଼ି ବାନ୍ଧି ଅଭିନବ ଉପାୟରେ ପ୍ରତିବାଦ ଜଣାଇଥିଲେ।

ମହିଳା ବିଜେପି କର୍ମୀ ଓ ନେତ୍ରୀ ଭାଗ ଭାଗ ହୋଇ ରାଜଧାନୀ ଭୁବନେଶ୍ୱରରେ ଥିବା ବିଧାୟକ ଓ ମନ୍ତ୍ରୀଙ୍କ ସରକାରୀ କ୍ୱାର୍ଟର୍ସ ଗେଟରେ ନାଲି ଚୁଡ଼ି ବାନ୍ଧି ନିଜର ପ୍ରତିବାଦ ଜଣାଇଥିଲେ। ପିପିଲି ଗଣଦୁଷ୍କର୍ମ ପୀଡ଼ିତା ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିବା ଦାବିରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ େଗଟରେ ନାଲିଚୁଡ଼ି ବନ୍ଧାଯାଇଥିଲା। ସେହିଭଳି ବିଧାୟକ ଆକାଶ ଦାସ ନାୟକଙ୍କ େଗଟରେ ବି ନାଲିଚୁଡି ବାନ୍ଧିଥିଲେ ବିେଜପି େନତ୍ରୀ। ତେବେ ପୁଲିସ ସେମାନଙ୍କୁ ଅଟକାଇବା ଯୋଗୁ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ଓ ପରେ ସେମାନଙ୍କୁ ପୁଲିସ ଗିରଫ କରି ଛାଡ଼ି ଦେଇଥିଲା।

ବିେଜପି ମହିଳା ସଭାନେତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ବିେଜଡିର ଲମ୍ବା ଓ ନିରଙ୍କୁଶ ଶାସନର ୧୯ ବର୍ଷ ପରେ ମଧ୍ୟ ଓଡ଼ିଶାରେ ମହିଳା ଅସୁରକ୍ଷିତ, ଅପମାନିତ ଓ ଉପେକ୍ଷିତ। ପିପିଲି, କୁନ୍ଦୁଲି ମାମଲରେ ସରକାରୀ ଆଭିମୁଖ୍ୟ ସ୍ପଷ୍ଟ। କ୍ରାଇମବ୍ରାଞ୍ଚ େଦାଷୀଙ୍କୁ ଧରିବା ଅପେକ୍ଷା ଖସାଇବାରେ ବ୍ୟସ୍ତ ଅଛି। ରାଜ୍ୟରେ ୯୦ ପ୍ରତିଶତ େଦାଷୀଙ୍କୁ ଧରିବାରେ େଫଲ ମାରିଛି କ୍ରାଇମବ୍ରାଞ୍ଚ।
ବିେଜପି ମହିଳା େମାର୍ଚା ଆଜି େଚତାବନୀ ଦେଇଛି େଯ ଯଦି ପିପିଲି ଘଟଣାରେ ସରକାର ସିବିଆଇ ତଦନ୍ତ ନ କରାନ୍ତି ଓ ମୁଖ୍ୟମନ୍ତ୍ରୀ ମହିଳା ସମାଜ ଆଗରେ କ୍ଷମା ପ୍ରାର୍ଥନା ନ କରନ୍ତି, ତେବେ ୨୦ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କୁ ନାଲି ଚୁଡି େଭଟି ଦିଆଯିବ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ମହିଳା ବିରୋଧୀ ହିଂସା, ନିର୍ଯାତନା ବଢ଼ି ଚାଲିଛି ଓ ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ େବାଲି ଅଭିଯୋଗ ଆଣି ରାଜ୍ୟର ବିଭିନ୍ନ ଭାଗରୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନାଲିଚୁଡ଼ି ସଂଗ୍ରହ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ମହିଳା ମୋର୍ଚା ଉପସଭାନେତ୍ରୀ କାନନବାଳା ପଟ୍ଟନାୟକ, ସଂପାଦିକା ରଶ୍ମିେରଖା ଦାସ, କୋଷାଧ୍ୟକ୍ଷା ବିଜୟଲକ୍ଷ୍ମୀ ମହାପାତ୍ର, ସୁଭାସିନୀ ପଟ୍ଟନାୟକ, ଦିପ୍ତୀମୟୀ ଦାସ, ମାନସୀ ମଞ୍ଜରୀ ରାୟ ପାଢୀ, ବିଷ୍ଣୁପ୍ରିୟା ବେହେରା, ପୂର୍ଣ୍ଣିମା ଦାସ, ନିଲୁଜେନା, ସୁଜାତା ପାଢୀ, ରତ୍ନମଞ୍ଜରୀ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର