ବଲାଙ୍ଗିର: ବଲାଙ୍ଗୀରରେ ଗୁରୁବାର ବିଜୁ ଯୁବ ସମାବେଶ ଆୟୋଜିତ ହୋଇଛି। ଏହି ସମାବେଶରେ ମୁୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ରାଜେନ୍ଦ୍ର କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାକୁ ଘୋଷଣା କରିଛନ୍ତି। ଏହି ସମାବେଶରେ ଯୁବକଙ୍କୁ ରାଜା ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ଭଳି ସେବା ଭାବ ଆପଣାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସେବା ଯୁବକଙ୍କ ପରିଚୟ ହେଉ, ସେବା ହିଁ ଓଡ଼ିଆ ଜାତିର ପରିଚୟ ବୋଲି ମୁଖ୍ୟମନ୍ତ୍ରୀ ଆହ୍ଵାନ୍ ଦେଇଛନ୍ତି। ରାଜେନ୍ଦ୍ର କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଘୋଷଣା କରି ମୁଖ୍ୟମନ୍ତ୍ରୀ ବିଜେପି ଆଣୁଥିବା ଅଭିଯୋଗର କଡ଼ା ଜବାବ୍ ଦେଇଛନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ ବିଜେପି ଯୁବ ମୋର୍ଚ୍ଚା ବିଜେଡିର ବଲାଙ୍ଗୀର ସମାବେଶକୁ କାଉଣ୍ଟର କରିଥିଲା । ବିଜେପି ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ରାଜେନ୍ଦ୍ର କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ଦାବି କରିଥିଲେ । ବଲାଙ୍ଗୀର ଯୁବକ ଯୁବତୀମାନଙ୍କ ରୋଜଗାର ପାଇଁ କ’ଣ କରିଛନ୍ତି ରାଜ୍ୟ ସରକାର ବୋଲି ଅଭିଯୋଗ କରିଥିଲା ବିଜେପି ।