ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗକୁ ନେଇ ବଢ଼ିଲା ଅଡ଼ୁଆ : ବିବାଦରେ ଫସିଲା ତଦନ୍ତ ରିପୋର୍ଟ
ସୁରେଶ ମହାପାତ୍ରଙ୍କ ରିପୋର୍ଟକୁ ସବ୍ କମିଟିର ଚ୍ୟାଲେଞ୍ଜ, ସାକ୍ଷ୍ୟ, ବୟାନ-ମୁଖ୍ୟ ପ୍ରଶାସକଙ୍କ ରିପୋର୍ଟରେ ନାହିଁ ତାଳମେଳ
ପୁରୀ : ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧୦ ଜଣ ଦଇତା ସେବକଙ୍କ ସମେତ ଜଣେ ବିଶ୍ବକର୍ମା (ମହାରଣା) ସେବକଙ୍କୁ ନୋଟିସ ଜାରି କରାଯାଇଛି। ଆଜି ଅଭିଯୁକ୍ତ ସେବକଙ୍କ ପାଖକୁ ରେଜିଷ୍ଟ୍ରି ପୋଷ୍ଟରେ ଏହି ନୋଟିସ ପଠାଯାଇଛି। ଯେଉଁ ସେବକଙ୍କ ନାମ ଚର୍ଚ୍ଚାକୁ ଆସିଛି ସେମାନେ ଏ ନେଇ କୌଣସି ନୋଟିସ ପାଇନଥିବା କହିଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଦଇତାପତି ସେବକ କୀର୍ତ୍ତିପ୍ରସାଦ ଦାସ ମହାପାତ୍ର, ଦଇତା ନିଯୋଗ ସଭାପତି ରାମକୃଷ୍ଣ ଦାସ ମହାପାତ୍ର, ଜୟକୃଷ୍ଣ ଦାସ ମହାପାତ୍ର, କାଶୀନାଥ ଦାସ ମହପାତ୍ର, ଦଇତା ନିଯୋଗ ସଂପାଦକ ପ୍ରେମା ଦାସ ମହାପାତ୍ର, ନବକିଶୋର ଦାସ ମହାପାତ୍ର, ବିଶ୍ବନାଥ ଦାସ ମହାପାତ୍ର, କୃଷ୍ଣଚନ୍ଦ୍ର ଦାସ ମହାପାତ୍ର, ନବକିଶୋର ପତି ମହାପାତ୍ର, ମହାରଣା ସେବକ କୃଷ୍ଣଚନ୍ଦ୍ର ମହାରଣାଙ୍କ ନୋଟିସ୍ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
େଗାଟିଏ ପଟେ ଶ୍ରୀମନ୍ଦିର ପ୍ରଶାସନ ଏତେ ସବୁ ପଦକ୍ଷେପ େନଇସାରିଥିବା େବଳେ ବ୍ରହ୍ମ ବିଭ୍ରାଟ ତଦନ୍ତକୁ େନଇ ପ୍ରଶ୍ନ ଉଠିଲାଣି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ବିବରଣୀରୁ ହିଁ ଏଭଳି ବିସ୍ଫୋରକ ତଥ୍ୟ ସାମ୍ନାକୁ ଆସିଛି।
ପୂର୍ବତନ ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର ବ୍ରହ୍ମ ବିଭ୍ରାଟକୁ ନେଇ ଯେଉଁ ତଦନ୍ତ ରିପୋର୍ଟ ଦେଇଛନ୍ତି , ତାହାର ତର୍ଜମା ପାଇଁ ଗଠିତ ତିନି ଜଣିଆ ସବ୍ କମିଟି ଶ୍ରୀ ମହାପାତ୍ରଙ୍କ ରିପୋର୍ଟକୁ ଚ୍ୟାଲେଞ୍ଜ କରିଛି। ରିପୋର୍ଟକୁ ସିଧାସଳଖ ଭୁଲ କହିନଥିଲେ ବି ଶ୍ରୀ ମହାପାତ୍ର ଗ୍ରହଣ କରିଥିବା ସାକ୍ଷ୍ୟ, ବା ବୟାନ ଓ ସେ ଦେଇଥିବା ତଦନ୍ତ ରିପୋର୍ଟରେ କିଛି ତାଳ ମେଳ ନାହିଁ େବାଲି କମିଟି କହିଛି।
ପ୍ରଶ୍ନ ଉଠୁଛି, ଲିପିବଦ୍ଧ ସାକ୍ଷ୍ୟର ମେଳ ଖାଉନି ତେବେ ଶ୍ରୀ ମହାପାତ୍ର କାହାକୁ ଭିତ୍ତି କରି ରିେପାର୍ଟ େଲଖିଲେ? ତଦନ୍ତକୁ ଚାପି େଦବା ଲାଗି େଯଉଁ ଅଭିେଯାଗ େହଉଥିଲା, ତାହା ସତ ନୁେହଁ ତ? ଶ୍ରୀମନ୍ଦିର ପ୍ରଶାସନ ନିଜ େଦାଷ େଘାଡାଇବା ପାଇଁ ଏମିତି କରିନି ତ? ଏମିତି ଅନେକ ପ୍ରଶ୍ନ ଏବେ ଶ୍ରୀଜଗନ୍ନାଥ େପ୍ରମୀଙ୍କୁ ଆେନ୍ଦାଳିତ କଲାଣି। ଏଥିସହିତ ତଦନ୍ତ ପ୍ରହସନ େବାଲି ମତପ୍ରକାଶ ପାଇଛି।
ତଦନ୍ତକୁ େନଇ େଯତେବେଳେ ବିବାଦ ଉପୁଜିଲାଣି, େସତେବେଳେ େକଉଁ ପରିସ୍ଥିତିରେ ଶ୍ରୀମନ୍ଦିର ପ୍ରଶାସନ େନାଟିସ କଲେ, ତାହା ସମସ୍ତଙ୍କୁ ଆଚମ୍ବିତ କରିଛି। େଗାଟିଏ ମହଲରେ ଏ ପ୍ରଶ୍ନ ବି ଉଠିଛି େଯ ନିଜେ ମୁଖ୍ୟ ପ୍ରଶାସକ ଥିବା ଶ୍ରୀ ମହାପାତ୍ରଙ୍କୁ କିଭଳି ଓ କାହିଁକି ଏହାର ତଦନ୍ତ ଦାୟିତ୍ବ ଦିଆଯାଇଥିଲା?
ପରିଚାଳନା କମିଟିର ବିବରଣୀେର େଲଖାଯାଇଛି, ପୂର୍ବତନ ମୁଖ୍ୟ ପ୍ରଶାସକ ତାଙ୍କ ରିପୋର୍ଟ ଗତ ୨୦୧୭ ଅଗଷ୍ଟ ୫ ତାରିଖରେ ଶ୍ରୀମନ୍ଦିର ପ୍ରଶାସକକୁ ହସ୍ତାନ୍ତର କରିଥିଲେ। ଗତ ମାର୍ଚ୍ଚରେ ନୂତନ ପରିଚାଳନା କମିଟିରେ ଏ ରିପୋର୍ଟ ଉପସ୍ଥାପନ ହୋଇଥିଲା। ଏହି ରିପୋର୍ଟକୁ ଅନୁଧ୍ୟାନ କରିବାକୁ ପୂର୍ବତନ ମୁଖ୍ୟ ପ୍ରଶାସକ ମହିମୋହନ ତ୍ରିପାଠୀ, ଡକ୍ଟର ସିଦ୍ଧେଶ୍ବର ମହାପାତ୍ର, ବାବା ସଚ୍ଚିଦାନନ୍ଦ ଦାସ ମହାରାଜଙ୍କୁ ନେଇ ଏକ ତିନି ଜଣିଆ ସବ୍ କମିଟି ଗଠନ କରାଯାଇଥଲା। କମିଟି କହିଥିଲେ କି, ସାକ୍ଷ୍ୟ ବକ୍ତବ୍ୟ ଫର୍ଦ୍ଦ ଯେଉଁଥିରେ ଘଟ ପରିବତ୍ତର୍ନର ଗୁପ୍ତ ପ୍ରସଙ୍ଗ ଆସୁଛି ଓ ପ୍ରାକ୍ତନ ପ୍ରଶାସକ ଯେଉଁ ତଥ୍ୟ ଦେଇଛନ୍ତି, େସଥିରେ ଏସବୁକୁ ସଠିକ୍ ଭାବେ ବିଚାରକୁ ନିଆଯାଇନାହିଁ।ଏହାସତ୍ତ୍ବେ ମୁଖ୍ୟ ପ୍ରଶାସକଙ୍କ ରିପୋର୍ଟ ଓ ରେକର୍ଡ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା।