ଟୋଲଗେଟ୍ ଉଚ୍ଛେଦ ଦାବିରେ ୧୨ ଘଣ୍ଟିଆ ବ୍ରଜରାଜନଗର ବନ୍ଦ

ଝାରସୁଗୁଡା : ଟୋଲଗେଟ୍ ଉଚ୍ଛେଦ ଦାବିରେ ଆଜି ୧୨ ଘଣ୍ଟିଆ ବ୍ରଜରାଜନଗର ବନ୍ଦ ଡାକରା ଦିଆଯାଇଛି । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ନୂଆଁଡିହିସ୍ଥିତ ଏନଏଚ-୪୯ରେ ସ୍ଥାପିତ ହୋଇଥିବା ଟୋଲଗେଟକୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବ୍ରଜରାଜନଗର ନାଗରିକ ମଞ୍ଚ । ଏହାର ପ୍ରଭାବରେ ଆଜି ବ୍ରଜରାଜନଗରରେ ଥିବା ଦୋକାନ ବଜାର ଓ ସ୍କୁଲ କଲେଜ ବନ୍ଦ ରହିଛି । ତେବେ ଏହି ବାଟଦେଇ ଯାତାୟତ କରୁଥିବା ଯାନବାହନ ଚଲାଚଳ ସ୍ୱାଭାବିକ ରହିଥିବା ଜଣାଯାଇଛି ।


ସୂଚନାଯୋଗ୍ୟ, ଗତ ୨୪ ତାରିଖ ସନ୍ଧ୍ୟାରେ ଟୋଲ୍ କର୍ମଚାରୀଙ୍କର ଜଣେ ସ୍ଥାନୀୟ ଲୋକଙ୍କ ସହ ବଚସା ହେବା ପରେ ଟୋଲ୍ କର୍ମଚାରୀମାନେ ଉକ୍ତ ଲୋକଙ୍କୁ ମାଡ ମାରିଥିଲେ । ଏହାକୁ ନେଇ ବ୍ରଜରାଜନଗର ରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ତାପରଦିନ ଜଣେ ସ୍ଥାନୀୟ ଲୋକ ଉକ୍ତ ଟୋଲଗେଟ୍କୁ ବନ୍ଦ କରିଦେଇଥିଲେ । ସେହି ଦିନଠାରୁ ଟୋଲ ଆଦାୟ ବନ୍ଦ ରହିଛି ।
ଏହି ସମସ୍ୟାର ସମାଧାନ ନିମନ୍ତେ ସନ୍ଧ୍ୟାରେ ଝାରସୁଗୁଡା ଏଡିଏମଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକକୁ ବ୍ରଜରାଜନଗର ନାଗରିକ ମଞ୍ଚ ପକ୍ଷରୁ ବର୍ଜନ କରାଯାଇ ଟୋଲଗେଟ ଉଚ୍ଛେଦ ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର