କେନ୍ଦ୍ରାପଡା : ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ କେନ୍ଦ୍ରାପଡ଼ା କୋର୍ଟରେ ମାମଲା ଦାୟର ହୋଇଛି। ପ୍ରାର୍ଥିପତ୍ର ଦାଖଲ ସମୟରେ ତଥ୍ୟ ଲୁଚାଇଥିବା ଅଭିଯୋଗରେ ଏହି ମାମଲା ହୋଇଛି। ଅଭିଯୋଗ ଅନୁସାରେ, ସାଂସଦ ହେବା ସହ ଇମ୍ଫାର ଉପସଭାପତି ପଦବୀରେ ରହି କୋଟି କୋଟି ଟଙ୍କା ଦରମା ନେଇଥିଲେ ବୈଜୟନ୍ତ। ତେବେ ର୍ନିବାଚନ ସତ୍ୟପାଠରେ ଏହି ସୂଚନା ଦେଇନଥିଲେ। ଏହି ତଥ୍ୟ ଲୁଚାଇ ସେ କେନ୍ଦ୍ରାପଡ଼ା ଲୋକସଭାମଣ୍ଡଳୀର ଲୋକଙ୍କୁ ଠକିଥିବା ଅଭିଯୋଗ କରିଛନ୍ତି ଗୋପାଳ ଚନ୍ଦ୍ର ଲେଙ୍କା ନାମକ ଜଣେ ବ୍ୟକ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ରାପଡ଼ା ଏସଡିଜେଏମ୍ କୋର୍ଟରେ ଏ ନେଇ ଏକ ମାମଲା ଦାୟର କରିଛନ୍ତି। ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଏପରି କାର୍ଯ୍ୟ ଲୋକ ପ୍ରତିନିଧି ଆଇନର ଧାରା ୧୨୫(କ)ର ଉଲଂଘନ କରୁଥିବା ସେ ଅଭିଯୋଗ କରିଛନ୍ତି। ଏସଡିଜେଏମ୍ କୋର୍ଟ ଏହି ମାମଲାକୁ ଗ୍ରହଣ କରି ଆସନ୍ତା ସୋମବାର ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗରେ ସାଂସଦ ବୈଜୟନ୍ତ ପଣ୍ଡାକୁ ନିଲମ୍ବନ କରିଥିଲା ବିଜେଡି। ତାଙ୍କୁ ଦଳରୁ ନିଲମ୍ବନ କରିବା ଦିନ ଏକ ପ୍ରେସ୍ ମିଟ୍ କରି ଏହି ପ୍ରସଙ୍ଗ ଉଠାଇଥିଲେ ବିଜେଡି ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ର।