ତିତ୍‌ଲି କ୍ଷତିଗ୍ରସ୍ତ ଅଞ୍ଚଳରେ କେନ୍ଦ୍ରୀୟ ଟିମ୍‌ ପରିସ୍ଥିତି ଅନୁଧ୍ୟାନ କଲେ

ପାହାଡ଼ ଚଢ଼ି ପାରିଲେନି, ତଳେ ସମୀକ୍ଷା କଲେ, ଗଞ୍ଜାମରେ କ୍ଷତି ପରିମାଣ ୧୬୦୬ କୋଟି

ଗୋପାଳପୁର/ଆସିକା : କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରେରିତ ସ୍ବତନ୍ତ୍ର ପ୍ରତିନିଧି ଦଳ ତିତ୍‌ଲି ବାତ୍ୟା ଓ ବନ୍ୟାରେ କ୍ଷତିଗ୍ରସ୍ତ ଗ˚ଜାମ ଓ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ ପାଇଁ ପହଞ୍ଚିଛନ୍ତି। ଦୁଇଦିନିଆ ଗସ୍ତରେ ରହିଥିବା ଏହି ଦଳ କ୍ଷତିଗ୍ରସ୍ତଙ୍କୁ ଭେଟି କ୍ଷୟକ୍ଷତି ଆକଳନ କରିବା ସହିତ ଏ ସମ୍ପର୍କରେ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି।

ସାତଜଣିଆ କେନ୍ଦ୍ରୀୟ ଟିମ୍‌ ସକାଳ ସାଢେ ୧୧ଟାରେ ରଙ୍ଗେଇଲୁଣ୍ତା ଏୟାରଷ୍ଟ୍ରିପରେ ପହଞ୍ଚିଥିଲେ। ଟିମ୍‌ ପ୍ରଥମେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅତିଥି ଭବନରେ ଗ˚ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସହ ବନ୍ୟାରେ କ୍ଷୟକ୍ଷତି ସ୍ଥିତି ବିଷୟରେ ଆଲୋଚନା କରିଥିଲେ। ଜିଲ୍ଲାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳରେ ପୁନରୁଦ୍ଧାର ଓ କ୍ଷତିଗ୍ରସ୍ତଙ୍କ ସହାୟତା ପ୍ରଦାନ ଦିଗରେ ପଦକ୍ଷେପ ଗ୍ରହଣ ପାଇଁ ଟିମ୍‌ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ।

ଏହାପରେ ଟିମ୍‌ ଦୁଇ ଭାଗରେ ବିଭକ୍ତ ହୋଇ ବନ୍ୟାରେ କ୍ଷତିଗ୍ରସ୍ତ ଆସିକା ଓ ପାତ୍ରପୁର ବ୍ଲକ ଅଭିମୁଖେ ବାହାରିଥିଲେ। l ତେବେ, ପାତ୍ରପୁରଠାରେ ଆକାଶ ଫଟା ବର୍ଷା ଓ ପାହାଡ଼ରୁ ଖସିବା ଅତଡ଼ାରେ କ୍ଷତିଗ୍ରସ୍ତ ହୋଇଥିବା ପାହାଡ଼ି ଗାଁ ଗୁଡ଼ିକୁ ଯାଇ ନପାରି ପାହାଡ଼ ତଳେ ହିଁ ସମୀକ୍ଷା କରି ଫେରି ଆସିଛନ୍ତି। ସେହିଭଳି, ଆସିକାରେ ଟିମ୍‌ ପହଞ୍ଚିବା ପରେ କାଳଷଣ୍ଢପୁର ଠାରେ ବନ୍ୟାରେ ପ୍ରଭାବିତ ଆସିକା ବସଷ୍ଟାଣ୍ତ ନିକଟ ହରିଜନ ବସ୍ତି, ଲକ୍ଷ୍ମୀ ବଜାରର ବିଭିନ୍ନ ଦୋକାନ, ବଜାର, ଘର, ଚାଷ ଜମି ଆଦି ବୁଲି ଦେଖିବା ସହ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ।

ସେହିପରି ଧରାକୋଟରେ କେନ୍ଦ୍ରୀୟ ଟିମ୍‌ ପହଞ୍ଚି ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ। ଋଷିକୁଲ୍ୟା ଓ ବଡ଼ନଦୀର ସ୍ଥାୟୀ ବନ୍ଧ ନିର୍ମାଣ, କ୍ଷତିଗ୍ରସ୍ତ ୫୯ ନମ୍ବର ଜାତୀୟ ରାଜପଥ, ଗ୍ରାମ୍ୟ ଜଳଯୋଗଣ ଓ ପରିମଳ ବିଭାଗର କ୍ଷତିଗ୍ରସ୍ତ ବିଭିନ୍ନ ପ୍ରକଳ୍ପକୁ ଟିମ୍‌ ବୁଲି ଦେଖି ଥିଲେ। ପରେ ଜଗମୋହନ, ଜାହାଡ଼ା, ବରଡ଼ାବାଲି, ଦଶମାଇଲି ପ୍ରଭୃତି ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧୢାନ କରିଥିଲେ।

ପରେ ସନ୍ଧ୍ୟାରେ ଡିଆର‌୍‌ଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାର ସମସ୍ତ ଅଧିକାରୀଙ୍କ ସହ ତିତଲି ଓ ବନ୍ୟା ସ˚ପର୍କିତ ନେଇ ଆଲୋଚନା କରିଥିଲେ ା ଏଥିରେ ଜିଲ୍ଲାପ୍ରଶାସନ ପକ୍ଷରୁ ଗଞ୍ଜାମ ଜିଲ୍ଲା ୨୨ ବ୍ଲକ ଏବ˚ ୨୩ ଟି ତହିସଲ ଅନ୍ତର୍ଗତ ସମୁଦାୟ ୧୬୦୬୩୩.୬୫ ଲକ୍ଷ ଟଙ୍କା ତିତଲି ବାତ୍ୟା ଓ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି ବୋଲି କେନ୍ଦ୍ରୀୟ ଟିମ୍‌କୁ ରିପୋର୍ଟ ଦିଆଯାଇଛି।

ସମ୍ବନ୍ଧିତ ଖବର