କେମିତି ହଜିଲା ରତ୍ନଭଣ୍ଡାର ଚାବି? ବିଚାର ବିଭାଗୀୟ ତଦନ୍ତ ପାଇଁ ଆଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେଉଁ ପରିସ୍ଥିତିରେ ପୁରୀ ଜଗନ୍ନାଥ ମନ୍ଦିରରେ ଥିବା ରତ୍ନଭଣ୍ଡାରର ଚାବି ହଜିଲା ତା’ର ବିଚାର ବିଭାଗୀୟ ତଦନ୍ତ କରାଇବାକୁ ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏ ସଂକ୍ରାନ୍ତରେ ସୋମାବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଏକ ପ୍ରେସ୍‌ ଇସ୍ତାହାର ପ୍ରକାଶ ପାଇଛି।

ଓଡ଼ିଶା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ତଦନ୍ତ କରାଯାଇ ତିନି ମାସ ମଧ୍ୟରେ ତଦନ୍ତ ଶେଷ କରାଯିବ।

ଆଜି ଆଇନମନ୍ତ୍ରୀ ପ୍ରତାପ ଜେନା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା ସମ୍ପର୍କରେ ବିଚାର ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।

ରତ୍ନଭଣ୍ଡାର ଚାବି ହଜିଥିବା କଥା ଏପ୍ରିଲ୍‌ ୫ ତାରିଖରେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସମଗ୍ର ଓଡ଼ିଶାରେ ଜନ ଅସନ୍ତୋଷ ଦେଖାଦେଇଥିଲା।

ଗତ ୪୮ ବର୍ଷ ହେବ ରତ୍ନଭଣ୍ଡାର ଚାବି ଜିଲ୍ଲା ଟ୍ରେଜେରିକୁ ଫେରି ନ ଥିବା କଥା ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ୍‌ ଏପ୍ରିଲ୍‌ ୪ ତାରିଖରେ ବସିଥିବା ପରିଚାଳନା କମିଟି ବୈଠକରେ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର