ଭୁବନେଶ୍ୱର: ବୁଧବାର ବିଳମ୍ବିତ ରାତ୍ରୀରେ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ଘରେ ପୁଲିସ ଚଢ଼ଉ କରିବା ପରେ ତାଙ୍କୁ ଗରିଫ କରିଛି। ମୋକିମ୍ଙ୍କ ଛଡ଼ା କଟକ ନଗର କଂଗ୍ରେସର ଅନ୍ୟ ୨୩ ଜଣ କର୍ମୀଙ୍କ ଘରେ ଚଢ଼ଉ କରି ସେମାନଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
କଟକ ଜିଲ୍ଲା କଂଗ୍ରେସର ଦୁଇ ନମ୍ବର ବ୍ଲକ୍ ଜୋନ୍ର ସଭାପତିଙ୍କୁ ପୁଲିସ ଗିରଫ କରି ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ସେପ୍ଟେମ୍ବର ୧୧ ତାରିଖ ଦିନ ମୋକିମ୍ ଓ କଟକ ନଗର କଂଗ୍ରେସ କର୍ମୀମାନେ ପୁରୀଘାଟ ଥାନା ଘେରାଉ କରିବା ସହ ଭଙ୍ଗାରୁଜା କରିଥିଲେ।