ସକାଳ ୮ରୁ ଖୋଲିବ ଭାଗ୍ୟପେଡ଼ି

୨୦୧୪ର ପୁନରାବୃତ୍ତି ହେବ କି?, ଉତ୍କଣ୍ଠାରେ ‌ନେତା, କର୍ମୀ, ଭୋଟର, ଚିନ୍ତାରେ ଦଳବଦଳକାରୀ

ଭୁବନେଶ୍ବର : ସେ ସମୟରେ ସମଗ୍ର ଭାରତବର୍ଷକୁ ଆଚ୍ଛାଦିତ କରି ରଖିଥିଲା ମୋାଦୀ ହାଵା। ଏହାର ପ୍ରଭାବ ଓ଼ଡ଼ିଶାରେ କେତେ ପଡିବ? ନିର୍ବାଚନ ଫଳାଫଳ ଓଲଟପାଲଟ ହୋଇଯିବ କି? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚତୁର୍ଥ ଥର କ୍ଷମତା ହାସଲ କରିବେ ନା ନାହିଁ? ଏମିତି କିଛି ପ୍ରଶ୍ନ ୨୦୧୪ ମେ’ ୧୬ ତାରିଖ ଭୋଟ ଗଣତି ସମୟର ଉତ୍କଣ୍ଠା ବଢାଇ ଦେଇଥିଲା। ‌ତେବେ ‌ଭୋଟ ପେଡିରୁ ଯେଉଁ ରାୟ ବାହାରିଲା, ତାହା ଉଭୟ ଲୋକସଭା ଓ ବିଧାନସଭା କ୍ଷେତ୍ରରେ ବିଜେଡି ସପକ୍ଷରେ ଥିଲା।

ଗୁରୁବାର ଅର୍ଥାତ୍ ମେ’୨୩ ତାରିଖ ଦିନ ଓଡ଼ିଶାର ୨୧ଟି ଲୋକସଭା ଆସନ ଓ ୧୪୬ ବିଧାନସଭା ଆସନ ଲାଗି ‌ଭୋଟ ଗଣତି ହେବ। ପୂର୍ବଥର ସହିତ ସାମଞ୍ଜସ୍ୟ ରଖୁଥିବା କିଛି ପ୍ରଶ୍ନ ଏଥର ଭୋଟ ଫଳାଫଳର ଗୁରୁତ୍ବକୁ ବି ବଢାଇ ଦେଇଛି। ସମଗ୍ର ଦେଶ ଅପେକ୍ଷା କରିଛି, ପାଞ୍ଚ ବର୍ଷର ଜୋରଦାର କସରତ ପରେ ଓଡ଼ିଶା ଲୋକଙ୍କ ମନ ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ସରକାର ଛୁଇଁଛି ନା ନାହିଁ? ସତରେ କଣ ଓଡ଼ିଶାରେ ଭୋଟର ଲୋକସଭା ଓ ବିଧାନସଭାରେ ଅଲଗା ଅଲଗା ଦଳକୁ ଭୋଟ ଦେଇଛନ୍ତି?

ରାଜ୍ୟବାସୀଙ୍କର ବି ସମାନ ଅପେକ୍ଷା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବେ ନା ନାହିଁ? କେତେ ଆସନ ବିେଜଡି ଦଖଲ କରିବ? ବିେଜପିର େଲାକସଭା ସଫଳତା ବିଧାନସଭାରେ ପ୍ରତିଫଳିତ େହବ? କଂଗ୍ରେସ ତିନି ନମ୍ବର ସ୍ଥାନକୁ ଖସିଯିବ କି? ଛତିଶଗଡ ଭଳି ଗଣିତ ଓଲଟପାଲଟ େହାଇଯିବନି ତ?

ଆସନ୍ତାକାଲି ସକାଳ ୮ଟାରୁ ଖୋଲିବ ଭାଗ୍ୟ ପେଡି। ୪ଟି ପର୍ଯ୍ୟାୟରେ େହାଇଥିବା ନିର୍ବାଚନର ଭୋଟ୍‍ ଗଣତି ଆରମ୍ଭ ହେବ। ଭୋଟ୍‍ ସରିବା ପରେ ଏଇଦିନକୁ ଅପେକ୍ଷା କରି ବସିଥିଲେ ନେତାଏଁ, କର୍ମୀ ବି। ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ନିର୍ବାଚନ େହାଇଥିଲା। ଏପ୍ରିଲ ୧୧ ତାରିଖରେ ସରିଥିଲା ପ୍ରଥମ ପର୍ଯ୍ୟାୟ ମତଦାନ। ସେବେଠାରୁ ପ୍ରାୟ ୬ସପ୍ତାହ ସଂପୃକ୍ତ ଅଞ୍ଚଳର େଭାଟର ଓ େନତା ସେମାନଙ୍କ ମତଦାନ ଫଳାଫଳ ଜାଣିବା ଲାଗି ଆଗ୍ରହର ସହିତ ଅପେକ୍ଷା କରି ରହିଛନ୍ତି। ୨୯ ତାରିଖରେ େଶଷ ପର୍ଯ୍ୟାୟ ମତଦାନ େହାଇଥିଲା। ଏ େକ୍ଷତ୍ରରେ ମଧ୍ୟ ସମୟସୀମା ୩ ସପ୍ତାହରୁ ଅଧିକ।

ମଧ୍ୟାହ୍ନ େବଳକୁ କିଛି ଆସନରେ ଚିତ୍ର ସ୍ପଷ୍ଟ େହାଇଯିବ। ସନ୍ଧ୍ୟା ସୁଦ୍ଧା ଜଣାପଡିଯିବ, ଆସନ୍ତା ପାଞ୍ଚବର୍ଷ ପାଇଁ କାହାକୁ ପ୍ରତିନିଧି ବାଛୁଛନ୍ତି େଭାଟର। କାହା ହାତରେ କ୍ଷମତା ରହିଲେ ରାଜ୍ୟ ସୁରକ୍ଷିତ ରହିବ େବାଲି େଭାଟର ନିଷ୍ପତ୍ତି େନଇଛନ୍ତି?

ବିଜେଡି ଆଶା ବାନ୍ଧିଛି, ବିଧାନସଭାରେ ୧୦୫ ଆସନରେ ଜିତିବ। ଆଉ ଲୋକସଭାରେ ୧୫ ନିଶ୍ଚିତ। ବଢିପାରେ ସିନା କମିବା ସମ୍ଭାବନା କ୍ଷୀଣ। ଦଳର ଜଣେ ବରିଷ୍ଠ େନତା ଦାବି କରିଛନ୍ତି, ବିଧାନସଭାରେ ସଂଖ୍ୟା ବଢିବା ସମ୍ଭାବନା ରହିଛି। ଅତି ଖରାପ ହେଲେ ବି ୯୫ ତଳକୁ ଖସିବ ନାହିଁ। ବିଜେପି ମଧ୍ୟ ୭୦ ପାଖାପାଖି ବିଧାନସଭା ଆସନ ଓ ୧୨ ଯାଏ େଲାକସଭା ଆସନ ଜିତିବ େବାଲି ହିସାବ କରୁଛି। ରାଜ୍ୟରେ ସରକାର ଗଠନ ବହୁ ଦୂର ନୁେହଁ େବାଲି ଦଳର େନତାମାେନ ତୁହାକୁ ତୁହା ପ୍ରଚାର କରୁଛନ୍ତି। ଆଜି ବି ଦାବି ଜଣାଇଛନ୍ତି େଯ ରାଜ୍ୟରେ କ୍ଷମତା ଚୌକି ବିଜେଡି ଛାଡିବ, ସେମାନେ େନବେ। କଂଗ୍ରେସ ସଂଖ୍ୟା ଦୌଡରେ ଟିକେ ପଛରେ ଅଛି। ସରକାର ଗଠନ କରିବ େବାଲି ଦାବି କରିନି। ତେବେ େଗାଟିଏ ମହଲ ସେମାନଙ୍କ ସଂଖ୍ୟା ୨୨ରୁ ୨୫ ମଧ୍ୟରେ ରଖିଥିବା ବେଳେ ଅନ୍ୟ େଗାଟିଏ େଗାଷ୍ଠୀ ୫୦ ଆସନ ଦଖଲ କରିବୁ େବାଲି ଦାବି ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଆସନ୍ତାକାଲି ଫଳାଫଳ େନଇ େଲାକଙ୍କ ଉତ୍କଣ୍ଠା ବଢିବାର ଆଉ ଏକ କାରଣ ରହିଛି। ନିର୍ବାଚନ ପୂର୍ବରୁ ଦଳବଦଳ ଏଥର େରକର୍ଡ ଛୁଇଁଥିଲା। ଆନନ୍ଦପୁର, କାକଟପୁରରେ ପ୍ରାର୍ଥୀ ବିଜେପି ଟିକେଟ୍ ପାଇ ବି େଫରାଇ ଦେଇଥିଲେ ଓ ଶାସକ ଦଳକୁ ଡେଇଁଥିଲେ। ଆଉ ଯିଏ ଯେଉଁ ଦଳରୁ ଟିକେଟ ନ ପାଇଲା, େଯମିତିକି ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ଠାରୁ ଆରମ୍ଭ କରି କୁସୁମ ଟେଟେଙ୍କ ପର୍ଯ୍ୟନ୍ତ ସେଭଳି ଅନେକ େନତା ଦଳ ଡେଇଁ ପ୍ରତିପକ୍ଷ ଦଳ ଟିକେଟରେ ଛିଡା େହାଇଛନ୍ତି। ପ୍ରଶାସନିକ ପଦ ଛାଡି ଅପରାଜିତା ଷଡ଼ଙ୍ଗୀ, ଶର୍ମିଷ୍ଠା େସଠୀ ପ୍ରମୁଖ ଅନେକ ପ୍ରତ୍ୟକ୍ଷ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। ଏମାନଙ୍କ ମଧ୍ୟରୁ କାହାକୁ େଭାଟର ବାଛିଲେ, କାହାକୁ ପ୍ରତ୍ୟାଖ୍ୟାନ କଲେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସେହିଭଳି ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଦୁଇ ଦୁଇଟି ଆସନରେ ପ୍ରାର୍ଥୀ େହାଇଛନ୍ତି। କଂଗ୍ରେସ ମୁଖିଆ ନିରଞ୍ଜନ ପଟ୍ଟନାୟକ ବି। ଏମାନଙ୍କ ମଧ୍ୟରୁ କିଏ େକଉଁ ଆସନରେ ଜିତୁଛନ୍ତି, େଭାଟ ବ୍ୟବଧାନ କେତେ? ବିତର୍କର ବଳୟରେ ଥିବା େନତାମାନେ ପୁଣି େଭାଟରଙ୍କ ଆସ୍ଥାଭାଜନ େହାଇଛନ୍ତି କି ନାହିଁ, ତାହା ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା େଭାଟ ପେଡି େଖାଲିବା ପରେ ସ୍ପଷ୍ଟ ହୋଇଯିବ। ଏଥିସହିତ ୨୦୧୯ରୁ ଆସନ୍ତା ପାଞ୍ଚବର୍ଷ ପାଇଁ ରାଜ୍ୟରେ କାହା ଶାସନ ଚାଲିବ, ସଂସଦ େକ୍ଷତ୍ରରେ ଓଡ଼ିଶାର ରାୟ କଣ େହବ, ତାହା ନିର୍ଣ୍ଣୟ େହବ।

ସମ୍ବନ୍ଧିତ ଖବର