କଟକ: ତ୍ରିଲୋଚନପୁର ଅଞ୍ଚଳରେ ଚଢ଼ଉ ବେଆଇନ ବାଣ କାରଖାନାରୁ ୧୧ଟି ଟ୍ରକ୍ଟର୍‌ ବୋଝେଇ ବାଣ ଜବତ

ସାଲେପୁର: ଶନିବାର ରାତିରେ ଓଡ଼ିଶାର ଶିବକାଶୀ ବୋଲି କୁହାଯାଉଥିବା ଜଗତପୁର ଥାନା ଅନ୍ତର୍ଗତ ତ୍ରିଲୋଚନପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ବେଆଇନ ବାଣ କାରଖାନା ଓ ଗୋଦାମ ଉପରେ ଚଢ଼ଉ କରି ପୁଲିସ ୧୧ଟି ଟ୍ରାକ୍ଟର୍‌ ଟ୍ରଲି ବୋଝେଇ ବିଭିନ୍ନ ପ୍ରକାରର ବାଣ ଜବତ କରିଛି।
ଏବେ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ପୁଲିସ ଚଢ଼ଉ ଜାରି ରଖିଛି। କେତେକ ଗାଁ ସିଲ୍‌ କରାଯିବା ଯୋଗୁଁ ସେଠାକାର ଅଧିବାସୀମାନଙ୍କ ମଧ୍ୟରେ ମୃଦୁ ଉତ୍ତେଜନା ପ୍ରକାଶ ପାଇଛି। ସୁରକ୍ଷା ପ୍ରତି ଦୃଷ୍ଟି ଦେଇ ସେଠାରେ ୭ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର