ଦାତୁମ ଚିଟ୍‌ଫଣ୍ତ ଠକେଇ ମାମଲା : ଏମ୍‌ଡି, ନିର୍ଦେଶିକାଙ୍କ ରିମାଣ୍ଡ ଆଉ ୫ ଦିନ ବଢ଼ିଲା

ବ୍ରହ୍ମପୁର : ଚିଟ୍‌ଫଣ୍ଡ ସଂସ୍ଥା ତାଦୁମର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ବ୍ରଜମୋହନ ପଟ୍ଟନାୟକ ଓ  ତାଙ୍କ ପତ୍ନୀ ନିର୍ଦ୍ଦେଶିକା ତ୍ରିଧାରା ମହାନ୍ତିଙ୍କ ରିମାଣ୍ଡ ଅବଧି ଆଉ ୫ ଦିନ ବଢ଼ାଇ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ମିଳିଥିବା ୩ଦିନିଆ ରିମାଣ୍ତ ଅବଧି ସରିବା ପରେ ଦୁହିିଁଙ୍କୁ ଗୋଳନ୍ଥରା ପୁଲିସ ଆଜି ଚିଟ୍‌ଫଣ୍ତ କୋର୍ଟରେ ହାଜର କରିଥିଲା। ଏହି ସମୟରେ ପୁଲିସ ଉଭୟଙ୍କୁ ଅଧିକ ଜେରା ପାଇଁ ଆହୁରି ୫ଦିନ ପାଇଁ ରିମାଣ୍ତ ମାଗିଥିଲା। ଚିଟ୍‌ଫଣ୍ତ କୋର୍ଟ ଜଜ୍‌ ଦିପ୍ତୀର˚ଜନ କାନୁନ୍‌ଗୋ ୫ଦିନିଆ ପୁଲିସ ରିମାଣ୍ତ ମ˚ଜୁର କରିଥିଲେ। ପୁଲିସ ପୁଣିଥରେ ଉଭୟ ସ୍ବାମୀ, ସ୍ତ୍ରୀଙ୍କୁ ଗୋଳନ୍ଥରା ଥାନାକୁ ନେଇ ଯାଇଯାଇଛି।

ପ୍ରକାଶ ଥାଉକି, ଦାତୁମ ବହୁ ଜମାକାରୀଙ୍କ କୋଟି କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିଲା। ପୂର୍ବରୁ ପୁଲିସ ଏହି ମାମଲାରେ ଦୁଇଜଣ ଏଜେଣ୍ଟଙ୍କୁ ଗିରଫ କରିଥିବା ବେଳେ ଗତ ୫ତାରିଖରେ ସ˚ସ୍ଥାର ଏମ୍‌ଡି ଓ ନିର୍ଦ୍ଦେଶିକାଙ୍କୁ ଭୁବନେଶ୍ବରରୁ ଧରିଥିଲା।

ସମ୍ବନ୍ଧିତ ଖବର