ଅଭିନେତା ଦେବୁ ବୋଷ ଗୁରୁତର

ଭୁବନେଶ୍ୱର: ଓଲିଉଡର ବରିଷ୍ଠ ସିନେ ଅଭିନେତା ଦେବୁ ବୋଷଙ୍କ ଶରୀରାବସ୍ଥା ଶୁକ୍ରବାର ଅପରାହ୍ନରେ ଗୁରୁତର ହୋଇଥିବା ଖବର ମିଳିଛି। ଦେବୁ ବୋଷଙ୍କୁ ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ହସ୍‌ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଚିକିତ୍ସା ଜାରି ରହିଛି ବୋଲି ଦେବୁଙ୍କ ବଡ଼ ପୁଅ ସାର୍ଥକ ବୋଷ ଏହି ସୂଚନା ଦେଇଛନ୍ତି।

ତେବେ ପରିବାର ଲୋକଙ୍କ କହିବାନୁସାରେ ଦେବୁ ପୂର୍ବରୁ ଦୁଇଥର ହୃତଘାତର ଶିକାର ହୋଇସାରିଛନ୍ତି। ତେବେ ଦେବୁଙ୍କର ଗୁରୁତର ହେବା କଥା ହଠାତ୍‌ ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ଓଡ଼ିଆ ଇଣ୍ଡଷ୍ଟ୍ରି ଦେବୁଙ୍କ ଶରୀରବସ୍ଥା କିପରି ଅଛି ଜାଣିବାକୁ ଚେଷ୍ଟା କରିଛନ୍ତି। ଦେବୁ ଖୁବ୍‌ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ବୋଲି ଭଗବାନଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରିଛନ୍ତି। ଦେବୁ ବୋଷ ହାଇଦ୍ରାବାଦରେ ତାଙ୍କ ସାନ ପୁଅଙ୍କ ପାଖରେ ରହୁଥିଲେ। ତେବେ ଆଜି ସକାଳୁ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ।

ସମ୍ବନ୍ଧିତ ଖବର