ବିଦ୍ୟୁତ୍‌ ଦର ବଢ଼ିଲାନି: ଡିଜିଟାଲ ପେମେଣ୍ଟ କଲେ ଏବେ ୨% ରିହାତି

ଜୁନ୍ ପହିଲାରୁ ଲାଗୁ ହେବ

ଭୁବନେଶ୍ୱର: ସାଧାରଣ ଉପଭୋକ୍ତା ଆଶ୍ୱସ୍ତ। ଚାଷୀ, ବାଣିଜ୍ୟିକ ସଂସ୍ଥା ଓ ଶିଳ୍ପ ପ୍ରତିଷ୍ଠାନ ମଧ୍ୟ। ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) େଯଉଁ ରାୟ ଶୁଣାଇଛନ୍ତି, ସେଥିରେ ୨୦୧୯-୨୦ ବର୍ଷ ପାଇଁ କୌଣସି ବର୍ଗର ଉପଭୋକ୍ତାଙ୍କ ଲାଗି ବିଦ୍ୟୁତ୍‌ ଶୁଳ୍‌କ ବା ଦେୟ ବୃଦ୍ଧି କରାଯାଇନାହିଁ। ଅର୍ଥାତ୍‌ ଗତବର୍ଷର ଧାର୍ଯ୍ୟ ଶୁଳ୍‌କ ଆଧାରରେ ଏବର୍ଷ ବି ଉପଭୋକ୍ତା ମାସିକ େଦୟ ଆଦି ପ୍ରଦାନ କରିବେ। ତେବେ ଗୁରୁତ୍ବପୂର୍ଣ୍ଣ କଥା େହଉଛି, େଯଉଁ ଉପଭୋକ୍ତାମାନେ ଡିଜିଟାଲ ପେେମଣ୍ଟ କରିବେ, ସେମାନଙ୍କୁ ୧% ବଦଳରେ ଏଣିକି ୨% ରିହାତି ମିଳିବ। କମିସନ ଏ ବର୍ଷ ପାଇଁ ମିଟର ଭଡ଼ା ପରିବର୍ତନ କରିନାହାନ୍ତି ଓ ବିଦ୍ୟୁତ୍‌ ପରିବହନ ଦେୟ ଅପରିବର୍ତିତ ରହିବ। ୨୦୧୯ ଜୁନ୍ ପହିଲାରୁ ଏହି ନିର୍ଦେଶନାମା ଲାଗୁ ହେବ। ପ୍ରତିବର୍ଷ ଏପ୍ରିଲ ପହିଲାରୁ ନୂଆ ବିଦ୍ୟୁତ ଶୁଳ୍କ ଲାଗୁ କରାଯାଇଥାଏ। ଚଳିତ ବର୍ଷ ସାଧାରଣ ନିର୍ବାଚନ କାରଣରୁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବା ପରିପ୍ରେକ୍ଷୀରେ କମିସନ ରାୟ ଶୁଣାଇଥିେଲ ବି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନଥିଲା। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ରାୟ ଅନୁସାରେ, ସାଧାରଣ ଉପଭୋକ୍ତା ୫୦ ୟୁନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ ବ୍ୟବହାର କଲେ ୨ଟଙ୍କା ୫୦ ପଇସା ଦେବେ। ୫୦ରୁ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବ୍ୟବହାର କଲେ ୪ ଟଙ୍କା ୩୦, ୨ଶହ ୟୁନିଟ୍‌ରୁ ଅଧିକ ୪ଶହ ୟୁନିଟ୍‌ରୁ କମ୍‌ ବ୍ୟବହାର କଲେ ୫ ଟଙ୍କା ୩୦ ଓ ୪ଶହ ୟୁନିଟ୍‌ରୁ ଅଧିକ ବ୍ୟବହାର କଲେ ୟୁନିଟ୍‌ ପିଛା ୫ଟଙ୍କା ୭୦ ପଇସା ଦେବାକୁ ପଡ଼ିବ।

ହାରାହାରି ହିସାବରେ ପ୍ରତି ୧୦୦ ୟୁନିଟ୍‌ ପାଇଁ ୩ ଟଙ୍କା ୪୦ ପଇସା, ୨୦୦ ୟୁନିଟ୍‌ ପାଇଁ ୩ଟଙ୍କା ୮୫ ପଇସା, ୩୦୦ ୟୁନିଟ୍‌ ପାଇଁ ୪ଟଙ୍କା ୩୩ ପଇସା, ୪ଶହ ୟୁନିଟ୍‌ ପାଇଁ ୪ଟଙ୍କା ୫୮ ପଇସା, ୫୦୦ ୟୁନିଟ୍‌ ପାଇଁ ୪ଟଙ୍କା ୮୦ ପଇସା, ୬୦୦ ୟୁନିଟ୍‌ ପାଇଁ ୪ଟଙ୍କା ୯୫ ପଇସା ଓ ୭୦୦ ୟୁନିଟ୍‌ ପାଇଁ ୫ଟଙ୍କା ୦୬ ପଇସା ଦରରେ ଦେୟ ପୈଠ କରିବେ। ବିଦ୍ୟୁତ୍‌ କିଣା େକ୍ଷତ୍ରରେ ବଲ୍‌କ ସପ୍ଲାଇ ପ୍ରାଇସ୍‌ ସମସ୍ତ ବଣ୍ଟନ କଂପାନି ପାଇଁ ୨% କମାଇ ଦିଆଯାଇଛି। ୧୨ମାସ ପର୍ଯ୍ୟନ୍ତ ଧାର୍ଯ୍ୟ ତାରିଖ ପୂର୍ବରୁ ଯେଉଁ ଉପଭୋକ୍ତା ବିଦ୍ୟୁତ ମାସିକ ବିଲ୍‌ ପୈଠ କରୁଥିବେ, ସେମାନଙ୍କୁ ପୂର୍ବଭଳି ରିେବଟ୍ ପ୍ରଦାନ କରାଯିବ। ଏଥିରେ ଆେୟାଗ ପରିବର୍ତନ କରିନାହାନ୍ତି। ସେହିଭଳି ମିଟର ଭଡା ମଧ୍ୟ ବୃଦ୍ଧି କରାଯିବ ନାହିଁ। ମାତ୍ର ବଣ୍ଟନ କଂପାନିମାନେ ଯେଭଳି ଅନିର୍ଦିଷ୍ଟ କାଳ ପାଇଁ ମିଟର ଭଡ଼ା ଆଦାୟ କରୁଛନ୍ତି, ତାହା ଚଳିବ ନାହିଁ। ଯଦି ବଣ୍ଟନ କଂପାନିମାନେ ମିଟର ଯୋଗାଇଥିବେ, ତେବେ ୬୦ ମାସ ପାଇଁ ଏହି ଭଡ଼ା ଆଦାୟ କରିବେ। ଘରୋଇ, କୃଷି େକ୍ଷତ୍ର ପାଇଁ ନୂଆ ବିଦ୍ୟୁତ୍‌ ସଂଯୋଗ ଲାଗି ତତ୍କାଳ ଯୋଜନା ଜାରି ରହିବ। ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟ ସଂଲଗ୍ନ ଛାତ୍ରାବାସ ଆଦି ପୂର୍ବଭଳି ୟୁନିଟ୍‌ ପିଛା ୨ଟଙ୍କା ୪୦ ପଇସା ରିହାତି ଦରରେ ବିଦ୍ୟୁତ୍ ପାଇବେ। ସେହିଭଳି ସ୍ୱଜଳ ଧାରା ଯୋଜନାରେ ହିତାଧିକାରୀ ଠିକଣା ସମୟରେ ଦେୟ ପୈଠ କଲେ ୧୦% ରିହାତି ପ୍ରଦାନ କରାଯିବ ବୋଲି ଆୟୋଗ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର