ଭୁବନେଶ୍ୱର : ଭାରତୀୟ ମେଡିକାଲ କାଉନ୍ସିଲ, ମୁମ୍ବାଇସ୍ଥିତ ହିନ୍ଦୁଜା ହସ୍ପିଟାଲ ନ୍ୟୁରୋସର୍ଜନ ବିଭାଗର ମୁଖ୍ୟ ଡ. ବସନ୍ତ କୁମାର ମିଶ୍ରଙ୍କୁ ୨୦୧୭ ମସିହା ପାଇଁ ଡ. ବି ସି ରାୟ ଜାତୀୟ ପୁରସ୍କାର ପ୍ରଦାନ କରାଯିବାକୁ ସ୍ଥିର ହୋଇଛି। ଜଣେ ବିଶିଷ୍ଟ ମେଡିକାଲ ଅଫିସର ହିସାବରେ ରାଷ୍ଟ୍ରପତିଙ୍କ ନିକଟରୁ ସେ ଏହି ପୁରସ୍କାର ପାଇବେ। ଶ୍ରୀ ମିଶ୍ର ଆନ୍ତର୍ଜାତିକ ନ୍ୟୁରୋସର୍ଜନ କାଉନ୍ସିଲ୍ର ସଂପାଦକ ଥିବା ବେଳେ ଏହି କ୍ଷେତ୍ରରେ ବହୁ ପଦବିରେ ଅବସ୍ଥାପିତ ହୋଇଛନ୍ତି। ଏହା ସହ ବିଦେଶରେ ବହୁବାର ନ୍ୟୁରୋଲୋଜି ସଂପର୍କିତ ଭାଷଣ ଦେଇଛନ୍ତି। ସେ ଓଡ଼ିଶାର ଜଣେ ବିଶିଷ୍ଟ ଅର୍ଥନୌତିଜ୍ଞ ବୈଦ୍ୟନାଥ ମିଶ୍ର ଓ ବାସନ୍ତୀ ମିଶ୍ରଙ୍କର ଜ୍ୟେଷ୍ଠ ପୁତ୍ର।