ଲିଙ୍ଗରାଜ ମନ୍ଦିର ଚାରିପଟେ ଜାରି ରହିବ ଉଚ୍ଛେଦ କାମ: ବିଏମସି କମିଶନର

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଚାରିପଟେ ଜାରି ରହିବ ଉଚ୍ଛେଦ କାମ । ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀଙ୍କ ପ୍ରତିନିଧୀ ଦଳ ସହ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ବିଏମସି କମିସନର ପ୍ରେମଚାନ୍ଦ ଚୌଧୁରୀ । ସେ କହିଛନ୍ତି ଯେ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବ । ନିଜ ଜାଗାରେ ଦୋକାନ କରିଥିବା ବ୍ୟବସାୟୀଙ୍କ ଥଇଥାନ କରାଯିବ ବୋଲି ବିଏମସି କମିସନର କହିଛନ୍ତି ।

ବିଏମସି କାର୍ଯ୍ୟାଳୟରେ ଆଜି ୧୦ ଜଣିଆ ପ୍ରତିନିଧି ଦଳ ବିଏମସି କର୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଆଗ ଥଇଥାନ ପରେ ଉଚ୍ଛେଦ ଦାବିରେ ଗତକାଲି ଲିଙ୍ଗରାଜ ଥାନା ଘେରିିଥିଲେ ଲିଙ୍ଗରାଜ ସାଂସ୍କୃତିକ ପରିଷଦ ଓ ବରିଷ୍ଠ ନାଗରିକ ମଂଚର ସଦସ୍ୟ । ଏହାପରେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ପ୍ରଶାସନ ।

ଆଲୋଚନା ପରେ ଉଚ୍ଛେଦ କାର୍ଯ୍ୟକୁ ସାମୟିକ ଭାବେ ବନ୍ଦ୍ ରଖିଛି ପ୍ରଶାସନ । ଦୋକାନୀମାନଙ୍କୁ ଥଇଥାନ ନକରି ଉଚ୍ଛେଦ କରାଯାଉଥିବାରୁ ଏହାକୁ ସେମାନେ ବିରୋଧ କରୁଛନ୍ତି । ଏଠାରେ ସୂଚନା ଥାଉ କି ଲିଙ୍ଗରାଜ ମନ୍ଦିରର ଚାରିପାଖରେ ସୌନ୍ଦର୍ଯ୍ୟକରଣ ଓ ଭିତ୍ତିଭୂମି ବିକାଶ ପାଇଁ ଉଚ୍ଛେଦ କାର୍ଯ୍ୟ ଚାଲିଛି |

ସମ୍ବନ୍ଧିତ ଖବର