ମାନ୍ଦାବସ୍ଥା ବେଳେ ରାଜସ୍ବ ବଢ଼ିଲା: ଆୟ ବୃଦ୍ଧି ୭%, ଖର୍ଚ୍ଚ କମିଲା ୪%

ଖାରବେଳ ଭବନରେ ପ୍ରଥମ ସଚିବସ୍ତରୀୟ ବୈଠକ

ଭୁବନେଶ୍ବର: ଦେଶରେ ମାନ୍ଦାବସ୍ଥା ଉତ୍କଟ ସ୍ଥିତିରେ ଥିବା ବେଳେ ୨୦୧୯ ଅଗଷ୍ଟ ସୁଦ୍ଧା ରାଜ୍ୟର ରାଜସ୍ବ ଆଦାୟରେ କିନ୍ତୁ ଗତ ବର୍ଷ ତୁଳନାରେ ୭% ଅଭିବୃଦ୍ଧି ଘଟିଛି। ଅଣଟିକସ ରାଜସ୍ବ େକ୍ଷତ୍ରରେ ଅଭିବୃଦ୍ଧି ହାର ୧୨% ରହିଥିବା ବେଳେ ନିଜସ୍ବ ଟିକସ େକ୍ଷତ୍ରରେ ଏହା ୫% ରହିଛି। ଆଜି ଖାରବେଳ ଭବନରେ େହାଇଥିବା ପ୍ରଥମ ସଚିବସ୍ତରୀୟ ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କାଳୁରାମ ମୀନା ଏଭଳି ତଥ୍ୟ େଦଇଛନ୍ତି। ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅର୍ଥ ବିଭାଗର ଏହି ପରିସଂଖ୍ୟାନ ସମସ୍ତଙ୍କୁ ଆଶ୍ବସ୍ତି ଦେଇଛି। ଗତବର୍ଷ ଏହି ସମୟ ମଧ୍ୟରେ ରାଜ୍ୟରେ େମାଟ ୧୧ ହଜାର ୭୫୮ େକାଟି ଟଙ୍କା ରାଜସ୍ବ ଆଦାୟ େହାଇଥିଲା। ଚଳିତବର୍ଷ ଏହା ୧୨ ହଜାର ୩୧୫ େକାଟିକୁ ଛୁଇଁଲାଣି।
ତେବେ ଖର୍ଚ୍ଚ କରିବାରେ ସରକାର ପଛାଇଛନ୍ତି। ନିର୍ବାଚନ ଆଚରଣ ବିଧିକୁ ଏଥିପାଇଁ କାରଣ େବାଲି ଦର୍ଶାଯାଇଛି। ଅର୍ଥ ବିଭାଗ କହିଛି, ୨-୩ ମାସ କାମ ବନ୍ଦ ହେବା କାରଣରୁ କାର୍ଯ୍ୟକ୍ରମ ଖର୍ଚ୍ଚ ଗତବର୍ଷ ତୁଳନାରେ ୪% ହ୍ରାସ ପାଇଛି। ୨୦୧୮ ଅଗଷ୍ଟ ୧୮ ସୁଦ୍ଧା ୩୨% ଅର୍ଥ ଖର୍ଚ୍ଚ ହୋଇଥିଲା। ଚଳିତବର୍ଷ ଏହି ହାର ୨୮% ରହିଛି। ଏହି ତଥ୍ୟକୁ ଆଧାର କରି ବିଭିନ୍ନ ବିଭାଗକୁ ମୁଖ୍ୟଶାସନ ସଚିବ ତାଗିଦ୍ କରିଛନ୍ତି େଯ ଆସନ୍ତା ଦିନରେ ସେମାନେ ଖର୍ଚ୍ଚ ହାର ବଢାଇବା ଦରକାର। କେବଳ ସେତିକି ନୁେହଁ, ବଜେଟ୍ ପ୍ରସ୍ତୁତିରେ ସଂସ୍କାର ଆଣିବା ଲାଗି ଶ୍ରୀ ତ୍ରିପାଠୀ ନିର୍ଦେଶ ଦେଇଛନ୍ତି। କହିଛନ୍ତି, କୌଣସି ପ୍ରକଳ୍ପ ବା କାର୍ଯ୍ୟକ୍ରମ ଥରେ ଆରମ୍ଭ ହେଲେ, ସେଥିରେ ଅର୍ଥ ବାଧକ ହେବା ଉଚିତ୍ ନୁହେଁ। ବଜେଟ୍ ପ୍ରସ୍ତୁତ ବେଳେ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେବା ଦରକାର। ସେହିଭଳି ସ୍ଥୁଳ ଆର୍ଥିକ ଅନୁଧ୍ୟାନ ବା ବିଶ୍ଳେଷଣ ସହ ବଜେଟ୍ ପ୍ରସ୍ତୁତି କରିବା ଲାଗି ମୁଖ୍ୟସଚିବ କହିଛନ୍ତି।

୧୦ ବିଭାଗ ଛାଡ଼ିବେ ଲୋକସେବା ଭବନ
ବଜେଟ୍ ପ୍ରସ୍ତୁତିରେ ସଂସ୍କାର ନିର୍ଦେଶ

ଏହି ଅବସରରେ ଜିଲ୍ଲା ଖଣିଜ ପାଣ୍ଠି ସଂପର୍କରେ ବି ସମୀକ୍ଷା େହାଇଥିଲା। ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ୨୦୧୯ ଅଗଷ୍ଟ ସୁଦ୍ଧା ୮ହଜାର ୨୫୨ େକାଟି ଟଙ୍କା ଆଦାୟ େହାଇଛି, େଯଉଁଥିରୁ ୮ହଜାର ୬୭ େକାଟି ଟଙ୍କା ଆବଣ୍ଟନ ସରିଲାଣି। ଏଥିରେ ୧୨ ହଜାର ୬୬୪ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ପିଇବା ପାଣି, ଶିକ୍ଷା, ପରିବେଶ ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ, ସ୍ବାସ୍ଥ୍ୟ , ପରିମଳ, ଦକ୍ଷତା ବିକାଶ, ମହିଳା ଓ ଶିଶୁଙ୍କ କଲ୍ୟାଣ, ଗୃହ ନିର୍ମାଣ, ଜୀବିକା ସୃଷ୍ଟିକାରୀ କାର୍ଯ୍ୟକ୍ରମ ଓ େଯାଗାେଯାଗ େକ୍ଷତ୍ରରେ ୭୧% ଅର୍ଥ ଆବଣ୍ଟନ େହାଇଛି। ଏ ମଧ୍ୟରୁ ୭୩.୫% ବିନିେଯାଗ େହାଇଛି। ବିଭିନ୍ନ ବିଭାଗର ୫ଟି କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ ଏହି ବୈଠକରେ ଆେଲାଚନା େହାଇଥିଲା। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ମୁଖ୍ୟସଚିବ ଆଜି ନିର୍ଦେଶ ଦେଇଛନ୍ତି େଯ ୧୦ଟି ବିଭାଗ ଲୋକସେବା ଭବନ ଛାଡିବେ ଓ ଖାରବେଳ ଭବନକୁ ଯିବେ। ଶ୍ରମ ଓ କର୍ମଚାରୀ ବୀମା, ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଶିଳ୍ପ, ଗୃହ ଓ ନଗର ଉନ୍ନୟନ, ଜଙ୍ଗଲ ଓ ପରିବେଶ, ଶକ୍ତି, ବିଜ୍ଞାନ ଓ କାରିଗରି କୌଶଳ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ବାଣିଜ୍ୟ ଓ ପରିବହନ, ଇେଲକ୍ଟ୍ରୋନିକ୍ ଓ ସୂଚନା ପ୍ରଯୁକ୍ତି ବିଭାଗ ଏହି ନୂଆ କୋଠାକୁ ସ୍ଥାନାନ୍ତରିତ ହେବେ। ସଂପୃକ୍ତ ବିଭାଗ ସହିତ େଯାଗାେଯାଗ ବ୍ୟବସ୍ଥା କରିବା ଲାଗି ବିଏସ୍ଏନଏଲ କର୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଥିଲା।

ସମ୍ବନ୍ଧିତ ଖବର