ମିଶନ ଶକ୍ତିର ମା’ମାନଙ୍କୁ ବର୍ଷକୁ ୫ ହଜାର କୋଟି ଟଙ୍କାର ସରକାରୀ କାମ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମା’ ମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ ଇଂଜିନ। ବିଜୁ ଜନତା ଦଳର ମାନିଫେଷ୍ଟୋରେ ଆମେ ମା’ ମାନଙ୍କୁ, ଝିଅ ମାନଙ୍କୁ ବିଶେଷ ଗୁରୁତ୍ୱ ଦେଉଛୁ। ବିଜୁ ଜନତା ଦଳ ସରକାର ଗଠନ ହେବା ପରେ ମିଶନ ଶକ୍ତିର ମା’ ମାନଙ୍କୁ ବର୍ଷକୁ ୫ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ସରକାରୀ କାମ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ନବୀନ କହିଛନ୍ତି, ମଧ୍ୟାହ୍ଣ ଭୋଜନ, ସାଧାରଣ ବଣ୍ଟନ ବ୍ୟବସ୍ଥା, ଧାନ ସଂଗ୍ରହ ଠାରୁ ଆରମ୍ଭ କରି ଆଶ୍ରମ ସ୍କୁଲର ପରିଚାଳନା, ପର୍ଯ୍ୟଟନ ସୁବିଧାର ପରିଚାଳନା, ଡାକ୍ତରଖାନା ପରିଚାଳନା, ପରିବହନ କ୍ଷେତ୍ର ପରିଚାଳନା, ଟିକସ ଆଦାୟ, ସ୍କୁଲ ୟୁନିଫର୍ମ ଯୋଗାଣ ସହ ଆହୁରି ଅନେକ ସରକାରୀ କାମ ମିଶନ ଶକ୍ତିର ମା’ ମାନଙ୍କୁ ଦିଆଯିବ। ଏହାଦ୍ୱାରା ମା’ମାନେ ବର୍ଷକୁ ୫ ଶହ କୋଟି ଟଙ୍କାର ଲାଭ ପାଇ ପାରିବେ।
ଗରିବ ଝିଅଙ୍କ ବାହାଘର ପାଇଁ ୨୫ ହଜାର ଟଙ୍କା ସହାୟତା, ସବୁ ସ୍ୱୟଂ ସହାୟକ ଗୋଷ୍ଠୀର ମା’ ମାନଙ୍କ ପାଇଁ ଦୁର୍ଘଟଣା ବୀମା, ସବୁ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ ବୋଲି ନବୀନ କହିଛନ୍ତି।